ବେଆଇନ ଭାବେ ବାଲି ଉଠାଇ ୪ଟି ଟ୍ରାକ୍ଟର ଥାନାରେ ଅଟକ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଥାନା ଅନ୍ତର୍ଗତ ବରଦ ବାଲିଘାଟରୁ ବାଲି ଉଠାଇ ୪ଟି ଟ୍ରାକ୍ଟର ହରଡ ଘଣାରେ ପଡିଛି । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବାଲିଘାଟ ଗୁଡିକ ଟେଣ୍ଡର ହୋଇ ନାହିଁ । ଯାହାର ସୁଯୋଗ ନେଇ ବାଲି ମାଫିଆ ଲାଲେ ଲାଲ୍ ହେବାରେ ଲାଗିଛନ୍ତି । ଆଜି ଜଗତସିଂହପୁର ବରଦ ବାଲିଘାଟରୁ କେତେକ ଟ୍ରାକ୍ଟର ଦୀର୍ଘଦିନ ଧରି ବାଲିଉଠାଣ କରୁଥିଲା ଆଜି ଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ଖବର ପାଇ ସେହି ସ୍ଥାନକୁ ଯାଇ ଥିଲେ । ସେଠାରୁ ବାଲି ବୋଝେଇ ୪ଟି ଟ୍ରାକ୍ଟରକୁ ଥାନାକୁ ଆଣି ପଚରା ଉଚରା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ