ଜାତୀୟ ସେବା ଯୋଜନା ଦିବସ ପାଳିତ
କ୍ଷତ୍ରୀୟବରପୁର, (ଯୁଗାବ୍ଦ ନ୍ୟୁଜ) କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଓ ଯୋଜନା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ପ୍ରଥମେ ଅଧ୍ୟକ୍ଷ ପତାକା ଉତ୍ତୋଳନ କରି ଅନମୁଷ୍ଠାନ ପୂର୍ବ କାର୍ଯ୍ୟକ୍ରମ ସଂପର୍କରେ ସୂଚନାଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତୃପ୍ତି ମିତ୍ରା ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ପିଙ୍କି ପଲାଇ ପରିଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ତ୍ରାପାଠୀ, ପ୍ରକାଶ ଚନ୍ଦ୍ର ଅଳତୀୟ, ରାଜେନ୍ଦ୍ର ଡାକୁଆ , କୁମୁଦ ପାତ୍ର, ଦେବେଶ ପାତ୍ର, ଦେବେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।


