ମହଙ୍ଗା ପଡିଲା ମହିଳାଙ୍କୁ ଅସଦାଚରଣ କରିବା
ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ବାରିଗାଁ ପଞ୍ଚାୟତ ର ବାରିତଳା ଗ୍ରାମ ର ଶିବ ମହାନ୍ତି ଙ୍କୁ ଗିରଫ୍ କରି କେ ନୂଆଗାଁ ପୋଲିସ୍ ସୋମବାର ଦିନ କୋର୍ଟ ଚାଲାଣ କରିଛି । କେଶ୍ ନ ୧୭୩/୧୯ ଜାମିନ ନାମଞ୍ଜୁର ହେବାରୁ ଶିବ ଙ୍କୁ ଦିଗପହଣ୍ଡି ସବ୍ ଜେଲ କୁ ପଠାଇ ଦିଆଯାଇଛି । ସୁଚନା ପ୍ରକାରେ ଗତ ୧୫ ତାରିଖ ଦିନ ଗାଁ ରାସ୍ତା ରେ ଛୋଟ ପିଲାମାନେ ବାଲି ଖେଳୁଥିବାବେଳେ ପିଲାଙ୍କ ଝଗଡାକୁ କେନ୍ଦ୍ର କରି ଦୁଇ ପାରିବାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏଥିରେ ଶିବ ଉତଖିପ୍ତ ହୋଇ ଜଣେ ମହିଳାଙ୍କୁ ମାଡ଼ ମରିବା ସହ ରାସ୍ତା ଉପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣକ କେ ନୂଆଗାଁ ଥାନା ରେ ଏତଲା ଦେଇଥିଲେ । ତଦନ୍ତ କାରି ପୋଲିସ୍ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ଘଟଣା ର ତଦନ୍ତ କରି ଶିବ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛନ୍ତି ।