ନୂତନ ଟ୍ରାଫିକ ନିୟମକୁ ନେଇ ସତେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) :  ନୂତନ ଟ୍ରାଫିକ ନିୟମକୁ ନେଇ ଇଣ୍ଡିଆନ ୟୁଥଆସୋସିଏସନ ଏବଂ ଗଜପତି ଜିଲ୍ଲା ପୋଲିସଙ୍କ ମିଳିତ ଆନୁକୁଲ୍ୟରେ ଏକ ଅଭିନବ ଢ଼ଙ୍ଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଫାୟର ଷ୍ଟେସନ ଛକ ଠାରେ ଏକ ଟ୍ରାଫିକ ସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାର ଆରକ୍ଷୀ ଅଧ୍ୟକ୍ଷ ସାରା ଶର୍ମା ଚାବି ରିଙ୍ଗ ସହ ଷ୍ଟିକର ଏବଂ ପଇଡ ଦେଇ ମୁଁ ବି ମାନୁଛି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତ ୁର ବା ଦେଇ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ଗାଡ଼ିଚାଳମାନଙ୍କୁ ଇଣ୍ଡିଆନ ୟୁଥ ଆସୋସିଏସନ ପକ୍ଷରୁ ଚାବିରିଙ୍ଗ ଗାଡ଼ି ଷ୍ଟିକରର ଆଦି ବଣ୍ଟ ଦେଇଥିଲେ, ସେହିପରି ଗଜପତି ପୋଲିସ ତରଫରୁ ଯେଉଁ ମାନେ ଟ୍ରାଫିକ ନିମୟକୁ ମାନି ଗାଡି଼ ଚଲାଉôତଲେ ସେମାନଙ୍କୁ ପଇଡ ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ବାପି ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳା ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଗଜପତି ସି-ଟିମ, ୟୁଥ ସଂଗଠନର ଜନ ସମ୍ପର୍କ ଅଧିକାରୀ ଆଦିତ୍ୟ ସାମଲ, ପ୍ରାୟା ଗଡନାୟକ, ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ, ଚିନୁରାଜ ପାତ୍ର, ଗୁଣପୁରର “ଇଣ୍ଡିଆନ ୟୁଥଆସୋସିଏସନ” ସଦସ୍ୟ ସୁମନ ସାହୁକାର ଏବଂ ଗଜପତି ପୋଲିସର କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରାଫ୍ରିକ ସଚେତନତା କରିଥିଲେ । ଗଜପତି ଜିଲ୍ଲାରେ ଜନସାଧାରଣ ଏହିପରି କାର୍ଯ୍ୟକ୍ରମକୁ ଗଜପତି ପୋଲିସ ଏବଂ ଇଣ୍ଡିଆନ ୟୁଥଆସୋସିଏସନ ପ୍ରଶଂସା କରିଥିଲେ । ଇଣ୍ଡିଆନ ୟୁଥଆସୋସିଏସନକୁ ଗଜପତି ଏସପି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ପରିବା ହେତୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ