କମିଟି ମନ୍ଦିର ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିରାଙ୍ଗ ମନ୍ଦର କମିଟି

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ନିକଟସ୍ଥ ଜିରାଙ୍ଗ ପଦ୍ମସମ୍ଭବ ବୌଦ୍ଧ ମନ୍ଦିର ଏସିଆ ମହାଦେଶର ଦ୍ୱତୀୟ ବୃହତ୍ତମ ମନ୍ଦିର ଯାହା କି ପାଞ୍ଚାଆମ୍ବ ନିକଟରେ ଅବସ୍ଥିତ | ଏଠିକାର ଚତୁର୍ପାଶ୍ୱ ଶାନ୍ତି ପରିବେଶ ଲୋକଙ୍କୁ ଆକର୍ଷଣ କରୁଛି | ଏପରିକି ଏହି ଜାଗାକୁ ଆସିଲେ ଫେରିବାକୁ ମନ ହୁଏନି | ପ୍ରର୍ଯ୍ୟଟନ ଋତୁରେ ଏଠି ହଜାର ହଜାର ପ୍ରର୍ଯ୍ୟଟକଙ୍କ ଭିଡ଼ ଜମିଥାଏ | ନିଜ ପରିବାର ସହ ଆସି ସେଲ୍ଫି ନେଇ ମଜା ମଉଜ କରି ଆନନ୍ଦିତ ହୁଅନ୍ତି ପର୍ଯ୍ୟଟକ | ହେଲେ କରୋନା ମହାମାରୀ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ଅନୁପମ ସାହଙ୍କ ଆଦେଶରେ ମନ୍ଦିର ବନ୍ଦ କରିଦିଆ ଯାଇଛି | ବର୍ତ୍ତମାନ କିଛି ସ୍ଥାନରେ ପ୍ରର୍ଯ୍ୟଟନସ୍ଥଳୀ ଗୁଡ଼ିକ ଖୋଲିଥିବା ବେଳେ ସେଥି ମଧ୍ୟରେ ଜିଲ୍ଲାପାଳ ଏକ ଚିଠି ମାଧ୍ୟମରେ ମନ୍ଦିର ପରିଚାଳନା କମିଟିକୁ ନିର୍ଦେଶ କରିଛନ୍ତି ମନ୍ଦିର ଖୋଲିବା ପାଇଁ, କିନ୍ତୁ ପରିଚାଳନା କମିଟି ଏଥିରେ ରାଜି ନୁହନ୍ତି କାରଣ,ଏହି ମନ୍ଦିର ଭିତରେ ୧୦୦ରୁ ଉର୍ଦ୍ଧ ଛୋଟବଡ ଲାମା ମାନେ ରହି ଶିକ୍ଷା ପ୍ରଦାନ କରୁଛନ୍ତି | ବାହାର ଯାତ୍ରୀ ମାନେ ଆସିଲେ ଲାମା ମାନଙ୍କ ସହ ସେଲ୍ଫି ନେବାପାଇଁ ଆଗ୍ରହ ହୁଅନ୍ତି ଯଦି କୋଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବେ ଏବଂ ସେ ଲାମାଙ୍କୁ ନେଇ ସେଲ୍ଫି ନେବା ସମୟରେ ଆକ୍ରାନ୍ତ ହେବେ | ତେବେ ସମସ୍ତେ ଏହାର ଶିକାର ହେବେ ଏପରିକି ବର୍ତ୍ତମାନ ସମୟରେ ଏହାର କୌଣସି ଉପକାର ଔଷଧ ବାହରିନି ତେଣୁ ବୌଦ୍ଧ ମନ୍ଦିର କମିଟି ଓ ଗୁରୁଜୀ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଛନ୍ତି ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରଖିବା ପାଇଁ | ଜାନୁଆରୀ ମାସରେ ମନ୍ଦିର ଖୋଲିବା ପାଇଁ କମିଟି ସ୍ଥିର କରିଛନ୍ତି | ଏଥି ମଧ୍ୟରେ ଜିଲ୍ଲାପାଳଙ୍କ ପ୍ରୟାସରେ ଦୃତ ଗତିରେ ଏହାର ଉର୍ଣ୍ଣତି ମୂଳକ କାମ ଓ ପାନ୍ଥନିବାସ କାମ ଚାଲିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ