ପ୍ରଥମ ଥର ପାଇଁ ଏହି ନାୟକଙ୍କ ସହ ପରଦାକୁ ଆସୁଛନ୍ତି ଏଲିନା
ଏଥର ପୂଜାରେ ଆସୁଛି ସାର୍ଥକ ଫିଲ୍ମସର ୨୮ତମ ଚଳଚ୍ଚତ୍ର । ଏହି ଓଡ଼ିଆ ସିନେମାର ଟାଇଟଲ ହେଲା “ଦିସ ଇଜ ମାୟାରେ ବାୟା’ । ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ । ଏହି ସିନେମା ଜରିଆରେ ସୁଶାନ୍ତ ମଣି ପୁଣି ସାର୍ଥକକୁ ଫେରିଛନ୍ତି । ଲୋକପ୍ରିୟ ସଙ୍ଗୀତକାର ମଳୟ ମିଶ୍ର ବି ଏହି ବ୍ୟାନରକୁ ଫେରିଛନ୍ତି “ଦିସ ଇଜ ମାୟାରେ ବାୟା’ ଜରିଆରେ ।
ଏହି ସିନେମାରେ ଦର୍ଶକ ପ୍ରଥମ ଥର ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ । ଏମାନେ ଦୁହେଁ ଓଲିଉଡରେ ବେଶ ଜଣାଶୁଣା । କେତେକ ସିନେମାରେ ବି କାମ କରିଛନ୍ତି, ହେଲେ ପ୍ରଥମ ଥରଲାଗି ନାୟକ-ନାୟିକା ଯୋଡ଼ିଭାବେ ପରଦା ଉପରକୁ ଆସୁଛନ୍ତି । ଏହି ଯୋଡ଼ି ହେଲେ ସ୍ୱରାଜ-ଏଲିନା । ଶିଶୁ କଳାକାର ଭାବେ ସମସ୍ତଙ୍କର ଭଲ ପାଇବା ପାଇଥିବା ସ୍ୱରାଜ ଏଥିରେ ନାୟକ ଭୂମିକାରେ ଥିବା ବେଳେ ତାଙ୍କ ନାୟିକା ବନିଛନ୍ତି ଏଲିନା । ଏଦୁହିଁଙ୍କ ଭିତରେ ବୟସର ତାରତମ୍ୟ ବେଶି ଅବଶ୍ୟ ନୁହେଁ, କିନ୍ତୁ ଏଲିନା ଆଗେ ନାୟିକା ବନିଥିଲେ ହେଲେ ସ୍ୱରାଜ ତାଙ୍କ ପରେ ନାୟକଭାବେ ବଡ଼ ପରଦାକୁ ଆସିଛନ୍ତି । ଏଣୁ ଏମାନଙ୍କର କେମିଷ୍ଟ୍ରି ଦର୍ଶକଙ୍କୁ କେତେ ବାନ୍ଧିପାରୁଛି ତାହା ଦେଖିବାକୁ ବାକି ରହିଲା ।