ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ଜୟନ୍ତି ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ବେଲଗାଁ ଦିବ୍ୟ ଜୀବନ ସଂଘ ପକ୍ଷରୁ ମଙ୍ଗଳବାର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ୧୦୪ ତମ ଜୟନ୍ତି ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସଂଘର କର୍ମକର୍ତା, ସଦସ୍ୟ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷାର୍ଥୀ, ଗୁରୁଜୀ, ଗୁରୁମା ମାନେ ଗ୍ରାମ ପରିକ୍ରମା କରିଥିଲେ । ପରେ ଶିଶୁ ମନ୍ଦିର ପରିସରରେ ଭଜନ, ସଂକୀର୍ତନ ଏବଂ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ସନ୍ଥ ନିରଂକାରୀ ମିଶନର ଜିଲ୍ଲା ସଂଯୋଜକ ଏନ. ରଘୁନାଥ, ରାମ ଶଙ୍କର ଶତପଥି, ଓ ପ୍ରବଚିକା ଭାବେ ବବିତା ଶତପଥି ଯୋଗଦେଇ ପ୍ରଭୁଙ୍କ ଅମୃତବାଣୀ ଣୁଣାଇଥିଲେ । କାର୍ଯ୍ୟକ୍ରମକୁ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ତ୍ରିଲୋଚନ ପଣ୍ଡା, କିଶୋର କୁମାର ପାଣିଗ୍ରାହୀ, ଶିବରାମ ପାଣିଗ୍ରାହୀ, ସୁଧିର ସାଶମଲ, ଜି. ମଙ୍ଗୁଳୁ ଦୋରା, କାହ୍ନୁ ଚରଣ ପାଢି, ବସନ୍ତ କୁମାର ସାଶମଲ, ରାଜେଶ କୁମାର ସାହୁ,ମନୋଜ କୁମାର ପଣ୍ଡା, ଶିଶୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନିଳାଂଚଳ ପାଣିଗ୍ରାହୀ, ପ୍ରମୋଦ ପାଣିଗ୍ରାହୀ, ଅଖିଳ ସାହୁ, ଗିତାଞ୍ଜଳି ପାଢି, ସବିତା କୁମାରୀ ପଣ୍ଡା, ପୁଜା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଂଚଳ ଏବଂ ସ୍ଥାନୀୟ ବ୍ଳକ ସିକିରି, ରାଳବ, ସମରଝୋଳ, କଂଚୁରୁ, ଦୁର୍ବନ୍ଧ, ନନ୍ଦିକ, ସାରୁ ଅଂଚଳରେ ଅବସ୍ଥାପିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ଜୟନ୍ତି ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ