ରାଇରଙ୍ଗପୁରରେ ୨୬ ଧର୍ମଘଟକୁ ସଫଳ ଲାଗି ବାମପନ୍ଥୀ ଙ୍କ ଆହ୍ବାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ହେବାକୁ ଥିବା ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସାଧାରଣ ଜନତାଙ୍କୁ ଜଣେଇବା ପାଇଁ ଏକ ପ୍ରତିବାଦ ସଭା ଆଜି ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ,ମହିଳା,ଯୁବ,ଦଳିତ ବିରୋଧି ନୀତି ବିରୁଦ୍ଧରେ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ସଂଖ୍ୟାରେ ସମର୍ଥନ ଦେଇ ବନ୍ଦରେ ସାମିଲ ହୋଇ ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଥିଲା । ଯଶିପୁର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ଜିଲ୍ଲାର ବରିଷ୍ଠ ସିପିଆଇ ନେତା ଜଗବନ୍ଧୁ ମିଶ୍ର, ରାଇରଙ୍ଗପୁରର ବରିଷ୍ଠ ସିପିଆଇ ନେତା ତ୍ରିନାଥ ପାତ୍ର ପ୍ରମୁଖ ଧର୍ମଘଟ ସଂପର୍କରେ ଜନସାଧାରଣଙ୍କ ପାଖରେ ଉପସ୍ଥାପନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ