ଗଛରୁ ପଡି ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଡାଳ କାଟୁଥିବା ବେଳେ ଗଛରୁ ଖସିପଡି ଯୁବକର ଘଟଣାସ୍ଥଳରେ ମୃତ୍ୟୁ । ମୃତକ ମୋରଡ଼ା ଗ୍ରାମର ମିଲୁ ଦେହୁରୀ(୩୧)ବର୍ଷ। ମୃତକ ପେଶାରେ ଜଣେ ଟ୍ରକ ଡ୍ରାଇଭର,  ତାଙ୍କର ସ୍ତ୍ରୀ ଏବଂ ଏକ ୫ବର୍ଷର ଛୋଟ ଝିଅ ରହିଛି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ହରିଜନ ସାହିରେ । ମିଳିଥିବା ସୂଚନା ଅନୁଯାୟୀ ହରିଜନ ସାହିର ହରେନ୍ଦ୍ର ମୁଖିଙ୍କ ବାଡ଼ିରେ ଥିବା ଏକ ଚୁରୁଡ଼ା ଗଛକୁ କିଣିଥିଲେ ମିଲୁ ଦେହୁରୀ । କିନ୍ତୁ ଆଜି ମଧ୍ୟାହ୍ନ ସମୟରେ ଗଛର ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ବ ଉଚାରେ ଡାଳ କାଟୁଥିବା ବେଳେ ଅଚାନକ ଖସିପଡି ଥିଲେ । ତଳେ ଥିବା ପଥରରେ ମୁଣ୍ଡ ବାଡେଇ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ମୃତକ ମିଲୁ ଦେହୁରୀଙ୍କ ପରିବାର ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ତୁରନ୍ତ ତାଙ୍କୁ ପରିବାର ମଙ୍ଗଳ ଯୋଜନାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ରହିଥିବା ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ