ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଓ ରାଜ୍ୟ ଭିଜିଲାନ୍ସର ବେଖାତିର

ଭୁବନେଶ୍ୱର,(ୱାଇଏନ୍ଏସ୍): ରାଜ୍ୟରେ ପ୍ରଶାସନରେ ଚାଲିଥିବା ଦୁର୍ନୀତି ଓ ଅନିୟମିତତା ସମ୍ପର୍କିତ ଅଭିଯୋଗର ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ ମସିହାରେ ଓଡ଼ିଶା ଲୋକାୟୁକ୍ତ ଆଇନ୍ କରାଗଲା ଓ ୨୦୧୯ ମସିହାରେ ଲୋକାୟୁକ୍ତ ଗଠନ କରାଗଲା । ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟ କରିବାର ୨ବର୍ଷ ହୋଇଗଲାଣି । କିନ୍ତୁ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଉପରେ ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଯେଉଁସବୁ ସୁପାରିଶ କରୁଛନ୍ତି, ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି ବା କାର୍ଯ୍ୟକାରୀ କରୁନାହାଁନ୍ତି । ଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁ ନାହିଁ । ବରଂ ସେମାନଙ୍କୁ ସରକାରଙ୍କ ତରଫରୁ ସୁରକ୍ଷା ଦିଆଯାଉଛି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏହିପରି ଅଭିଯୋଗ ଆଣିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ତଥା ରାଜ୍ୟ ଭିଜିଲାନ୍ସ ଜାଣିଶୁଣି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ବା ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କେବଳ ମିଛ ଓ ଠାକୀମୀପୂର୍ଣ୍ଣ ପ୍ରଚାର । ଏ ସମ୍ପର୍କରେ ଓସା ତରଫରୁ ତଥ୍ୟ ସମ୍ବଳିତ ୫ଟି କେସ୍ ଉପସ୍ଥାପନ କରାଯାଇଥିଲା । ୧. ୪.୯.୧୯ରିଖରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କଟକ ଜିଲ୍ଲାର ନିଆଳି ବ୍ଲକର ଅଁଳୋ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ମିିଳିତ ଭାବେ ୮ ଲକ୍ଷ ଟଙ୍କା ହଡ଼ପ କରିିଥିବା ଅଭିଯୋଗ ଲୋକାୟୁକ୍ତଙ୍କ ନିକଟରେ କରିଥିଲେ । ଲୋକାୟୁକ୍ତ ଏହି ଅଭିଯୋଗ (ଖଣ ୩୦୧/୨୦୧୯)ର ତଦନ୍ତ ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ତଦନ୍ତ କରି ସରପଞ୍ଚ ବିରୁଦ୍ଧରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌ର ଧାରା ୧୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରିଥିଲେ । ଏହାପରେ ଲୋକାୟୁକ୍ତ ୩୦.୧୨.୧୯ରିଖରେ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚ ବିରୁଦ୍ଧରେ ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୭.୧.୨୦ରେ ପଞ୍ଚାୟତିରାଜ ବିଭାଗ ସରପଞ୍ଚଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରିଥିଲେ ଏବଂ ତଦନ୍ତ ଜାରି ରଖିଥିଲେ । ଲୋକାୟୁକ୍ତରେ କେସ୍ ଚାଲିଥିଲା ବେଳେ ପଞ୍ଚାୟତିରାଜ ବିଭାଗ ତଦନ୍ତ ଶେଷ ନକରି ନିଲମ୍ବନ ସରପଞ୍ଚଙ୍କୁ ପୁନଃ ନିଯୁକ୍ତି ଦେଲେ । ଲୋକାୟୁକ୍ତ ଏପରି ନିଯୁକ୍ତି ପ୍ରଶ୍ନ କରିବା ସହ ଏପରି ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ । କିନ୍ତୁ ପଞ୍ଚାୟତିରାଜ ବିଭାଗ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ କି ସରପଞ୍ଚ ବିରୁଦ୍ଧରେ ତଦନ୍ତ ସାରିନଥିଲେ । ଶେଷରେ ଗତ ୧୩.୧୦.୨୦ ରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତାଙ୍କ ନାମରେ ଚାଲିଥିବା ତଦନ୍ତକୁ ତିନିମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କୁ ରାଜ୍ୟ ସରକାର କିପରି ସୁରକ୍ଷା ଦେଇଛନ୍ତି ଏହା ସ୍ପଷ୍ଟ ଅନୁମେୟ ।
୨. ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଅଡ଼ିଟ ରିପୋର୍ଟକୁ ଆଧାର କରି ସୂଚନାଧିକାର କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରା ଯାଜପୁର ଜିଲ୍ଲାରେ ବିଗତ ୧୦ ବର୍ଷ ଧରି ହୋଇଥିବା ୫ କୋଟି ଟଙ୍କା ଲୁଟ ସମ୍ପର୍କିତ ଅଭିଯୋଗ ଲୋକାୟୁକ୍ତରେ ଦାଖଲ ସହ ଏହାର ତଦନ୍ତ ପାଇଁ ଦାବୀ କରିଥିଲେ । ୧୦.୧୨.୧୯ରେ ଲୋକାୟୁକ୍ତ ଉକ୍ତ ଅଭିଯୋଗ (ଖଣ ଉବଗ୍ଦର ଘକ୍ଟ. ୩୭୧/୨୦୧୯)ର ଶୁଣାଣି କରି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୬.୩.୨୦ରିଖରେ କଟକ ଭିଜିଲାନ୍ସ ଏସି.ପି. ଏହାର ତଦନ୍ତ କରି ଦୁର୍ନୀତି ସମ୍ପର୍କିତ ତଥ୍ୟ ଉପସ୍ଥାପନା ସହ ୮ଜଣ ପୂର୍ବତନ ତହସିଲଦାର ଏବଂ ୯ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଇଥିଲେ । ଏହାପରେ ଲୋକାୟୁକ୍ତ କଟକ ଭିଜିଲାନ୍ସ ଏସ୍‌.ପି.ଙ୍କୁ ମକଦ୍ଦମା ଦାୟର ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଠ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ଭିଜିଲାନ୍ସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ପୁରୀ ଜିଲ୍ଲାର ଡ଼େଲାଙ୍ଗ କ୍ଲବର ସୁନିଆ ସାମନ୍ତରାୟ ଇନ୍ଦିରା ଆବାସ ଯୋଜନାରେ ଘର ପାଇଁ ତାଙ୍କୁ କାର୍ଯ୍ୟାଦେଶ ଦିଆଯାଇ ଟଙ୍କା ପ୍ରଦାନ କରାଯାଇଥିଲା । ଏହା ପରେ ସେ ବହୁ କଷ୍ଟରେ ଘର କରିସାରି ଫାଇନାଲ ବିଲ୍ ପାଇଁ ବିଡ଼ିଓ ଓ ବେରବୋଇ ସରପଞ୍ଚଙ୍କୁ କହିଥିଲେ ମଧ୍ୟ ତାଙ୍କର ପୂର୍ଣ୍ଣାଙ୍ଗ ଅର୍ଥରାଶି ଯଥା ୫୫ ହଜାର ଟଙ୍କା ଦେଇନଥିଲେ ଏବଂ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା ବୋଲି ସେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ (ଖଣ ଉବଗ୍ଦର ଘକ୍ଟ. ୪୩୧/୨୦୧୯)କୁ ଗ୍ରହଣ କରି ଲୋକାୟୁକ୍ତ ଡ଼େଲାଙ୍ଗ ବିଡ଼ିଓଙ୍କୁ ନୋଟିସ୍ କରିଥିଲେ । ୬.୧.୨୦ରରିଖରେ ଡ଼େଲାଙ୍ଗ ବିଡ଼ିଓ ଉପସ୍ଥିତ ରହି ଉକ୍ତ ଅର୍ଥ ତାଙ୍କୁ ଫେରାଇବା ପାଇଁ ସେ ସରପଞ୍ଚଙ୍କୁ ଚିଠି କରିଛନ୍ତି ଏବଂ ଅର୍ଥ ପାଇଲା ପରେ ସେ ତୁରନ୍ତ ଅଭିଯୋଗକାରୀଙ୍କୁ ପ୍ରଦାନ କରିବେ ବୋଲି କହିଥିଲେ । ଏହାପରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୦ ମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀ ସୁନିଆ ସାମନ୍ତରାୟ ତାଙ୍କ ଅର୍ଥ ପାଇନାହାଁନ୍ତି । ଗତ ୨୫.୭.୧୯ରିଖରେ ତ୍ରୟମ୍ବକ ବାରିକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରି ଦର୍ଶାଇଥିଲେ ଯେ, ୨୦୧୨-୧୩ରେ ଜେଲ୍ ୱାର୍ଡ଼ର ନିଯୁକ୍ତ ପରୀକ୍ଷାରେ ତାଙ୍କ ସ୍ତ୍ରୀ ଚମ୍ପକଲତା ପ୍ରଧାନଙ୍କ ଉତ୍ତରଖାତାକୁ ଗବଦ୍ଭସକ୍ଟ୍ରବକ୍ଷବଗ୍ଧର କରି ଅନ୍ୟମାନଙ୍କୁ ଚାକିରୀ ଦେଇ ତାଙ୍କ ସ୍ତ୍ରୀଙ୍କୁ ବଞ୍ôଚତ କରାଯାଇଛି । ସୂଚନା ଅଧିକାର ଆଇନ୍ ଅଧିନରେ ଏହି ତଥ୍ୟ ହାସଲ ପରେ ସେ ଏହାର ତଦନ୍ତ ପାଇଁ ଭିଜିଲାନ୍ସଙ୍କୁ ଦେଇଥିଲେ ମଧ୍ୟ ଭିଜିଲାନ୍ସ ଚାପି ଦେଇଛି । ଉକ୍ତ ଅଭିଯୋଗ (ଖଣ ଉବଗ୍ଦର ଘକ୍ଟ. ୨୦୯/୨୦୧୯)କୁ ଗ୍ରହଣ କରି ସମ୍ବଲପୁର ଭିଜିଲାନ୍ସ ଡ଼ିଭିଜନ ଏସ୍‌ପିଙ୍କୁ ଭିଜିଲାନ୍ସରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଥିଲେ । ୧୫.୧୧.୧୯ରେ ଭିଜିଲାନ୍ସ ଏସ୍‌ପି ଏହାର ତଦନ୍ତ କରି ରିପୋର୍ଟ ଦେବା ସହ ଚୟନ କମିଟିର ତିନିଜଣ ସଦସ୍ୟ ତତ୍କାଳୀନ ପୋଲିସ୍ ଡ଼ି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ, ଓଡ଼ିଶା ଜେଲ ତାଲିମ ବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ବୀରକିଶୋର ଦାସ ଏବଂ କୋରାପୁଟ ସର୍କଲ ଜେଲର ଗଗନ ବିହାରୀ ସାହୁଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି ବୋଲି ଦର୍ଶାଇଥିଲେ । ୨୫.୧୧.୧୯ରେ ଲୋକାୟୁକ୍ତ ଏହାକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଜ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ôଚତ ହୋଇଥିବା ଚମ୍ପକଲତା ପ୍ରଧାନଙ୍କୁ ଚାକିରୀ ଦେବା ପାଇଁ ଗୃହ ବିଭାଗକୁ ସୁପାରିଶ କରିଥିଲେ । କିନ୍ତୁ ଏକବର୍ଷ ବିତି ଯାଇଥିଲେ ମଧ୍ୟ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି କି ଚମ୍ପକଲତା ଚାକିରୀ ପାଇନାହାଁନ୍ତି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଯଦି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ଏବଂ ପ୍ରକାରନ୍ତରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦିଅନ୍ତି, ତେବେ ଲୋକାୟୁକ୍ତ ଅନୁଷ୍ଠାନ କାହିଁକି ରହିବ ବୋଲି ସୂଚନାଧିକାରୀ କର୍ମୀମାନେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବୀ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀ ପ୍ରଦୀପ୍ତ ପ୍ରଧାନ, ସର୍ବେଶ୍ୱର ବେହୁରା, ଶ୍ରୀକାନ୍ତ ପାକଳ, ଦେବେଶ ଦାସ, ସୁଧୀର ମହାନ୍ତି, ଦିଲ୍ଲୀପ ସାମନ୍ତରାୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ