୬୯ତମ ଜିଲା ସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ ଆଡିଆ ପଞ୍ଚାୟତ କୁଆଁର୍ଦ୍ଦା ଠାରେ କୋଭିଡ୍ କଟକଣା ମଧ୍ୟରେ ୬୯ତମ ଜିଲା ସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଆଗରପଡା ପ୍ରାଣୀ ଚିକିତ୍ସକ ଡାକ୍ତର ଚିତ୍ତ ରଂଜନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଦେଖିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗୋସମ୍ପଦକୁ ଗୋ-ମାତା ଭାବେ ପୂଜା କରାଯାଉଥିବା ବେଳେ ସେମାନଙ୍କ ଉପରେ ନିର୍ଭର କରି ଗୋପାଳକ ମାନେ ଜୀବିକା ନିର୍ବାହ କରୁଛନ୍ତି । ଉନ୍ନତମାନର ଗାଈ ପାଳନ କରାଯାଇ ଆର୍ଥିକ ସ୍ଥିତିକୁ ସୁଧାର କରାଯାଇ ପାରୁଛି ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ୩୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର କମଳ ଲୋଚନ ବେହେରା, ପ୍ରାଣୀ ନୀରିକ୍ଷକ ପ୍ରିୟବ୍ରତ ରାଉତ, ରାଜେଶ କୁମାର ବିଶ୍ୱାଳ, ସଂଜୟ କୁମାର ଜେନା, କୃଷ୍ଣ ଚନ୍ଦ୍ର ଲେଙ୍କା, କାହ୍ନୁ ଚରଣ ମିଶ୍ର, ଶଶୀକାନ୍ତ ସେଠୀ, ଗୋମିତ୍ର ଧନେଶ୍ୱର ଜେନା, ଚାଷୀ ଅଭିମନ୍ୟୁ ଆଇଚ, ଶ୍ରୀନିବାସ ଜେନା ସହଯୋଗ କରିଥିଲେ । ପ୍ରାରମ୍ଭରେ ଗୋମାତା ପୂଜନ କରାଯିବା ସହ ଚାଷୀ ମାନଙ୍କ ନାମ ପଞ୍ଜୀକରଣ କରାଯାଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଚାଷୀ ମାନେ ଯୋଗ ଦେଇଥିଲେ ।


