ଆମେରିକା ପୁଣି ‘ଡବ୍ଲୁଏଚ୍‌ଓ’ରେ ଯୋଗ ଦେବ ଓ ଚୀନ୍‌ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ

ନୂଆଦିଲ୍ଲୀ: ଆମେରିକା ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ଯୋଗ ଦେବ ଏବଂ ଚୀନ୍‌ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ  ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ପ୍ରକାଶ କରିଛନ୍ତି । ବେଜିଙ୍ଗ୍‌ର ଆଚରଣ ଅନୁସାରେ, ଚୀନ୍‌ ପ୍ରତି ଦଣ୍ଡବିଧାନ କରିବାକୁ ଚାହାଁନ୍ତି ବୋଲି ରାଷ୍ଟ୍ରପତୀୟ ବିତର୍କରେ ବାଇଡେନ୍‌ ଏହି ମନ୍ତବ୍ୟ ଦେଇଥିଲେ। ଗୁରୁବାର ଦିନ ଏହି ମନ୍ତବ୍ୟ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଉପରୋକ୍ତ କଥା କହିଥିଲେ।  ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଚୀନ୍‌ ପ୍ରତି ଯେଉଁ ଦଣ୍ଡବିଧାନ କରାଯିବ ସେଥିରେ ସେ ଆର୍ଥିକ କଟକଣା ସାମିଲ କରିବେ କି ନାହିଁ ବୋଲି ତାଙ୍କୁ ପଚରା ଯାଇଥିଲା । ତାଙ୍କ ସହର ଡିଲେେଓ୍ଵର୍‌ର ଓ୍ଵିଲ୍‌ମିଙ୍ଗ୍‌ଟନ୍‌ରେ ବାଇପାର୍ଟିସାନ୍‌ ଗ୍ରୁପ୍‌ର ଗଭର୍ଣ୍ଣର୍‌ମାନଙ୍କ ସହ ଏକ ବୈଠକରେ ସେ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ଏହା ଚୀନ୍‌ ପ୍ରତି ଦଣ୍ଡବିଧାନ କଥା ନୁହେଁ। ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ବୋଲି ଚୀନ୍‌କୁ ବୁଝାଇ ଦେବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ଏକ ସରଳ ଚିନ୍ତାଧାରା।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ଯୋଗ ଦେବା ନିମନ୍ତେ ତାଙ୍କ ପ୍ରଶାସନ ଚାହିଁବାର ଏହା ହେଉଛି ଅନ୍ୟତମ କାରଣ। ସେ କହିଛନ୍ତି, ପ୍ରଥମ ଦିନ ହିଁ ଆମେ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ଯୋଗ ଦେବୁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସଂସ୍କାର ଏବଂ ସ୍ୱୀକୃତି ଆବଶ୍ୟକ କରେ। ‘ପ୍ୟାରିସ୍‌ କ୍ଲାଇମେଟ୍‌ ଆକର୍ଡ’ରେ ମଧ୍ୟ ଆମେ ପୁନର୍ବାର ଯୋଗଦେବୁ । ସୂଚନାଯୋଗ୍ୟ, ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ସମୟରେ ‘ଡବ୍ଲୁଏଚ୍‌ଓ’ ଗୁରୁତ୍ୱ ଦେଇ ନ ଥିବା ଦୋଷାରୋପ କରି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏପ୍ରିଲ୍‌ ମାସରେ ଘୋଷଣା କରିଥିଲେ ଯେ, ଆମେରିକା ଏଥିରୁ ଓହରି ଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ