ଜିଲ୍ଲା ନ୍ୟାୟାଳୟର ନୂତନ ଗୃହକୁ ସମସ୍ତ କୋର୍ଟ ସ୍ଥାନାନ୍ତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟର ନୂତନ ଗୃହକୁ ପୁରୁଣା ଜିଲ୍ଲା କୋର୍ଟ ଗୃହରେ ଚାଲିଥିବା ସମସ୍ତ କୋର୍ଟ ଗୁଡିକ ସ୍ଥାନାନ୍ତରିତ ହୋଇଯାଇଛି । ଜିଲ୍ଲା ନ୍ୟାୟାଳୟର ନୂତନ ଗୃହଟି ଚଳିତବର୍ଷ ଫେବୃୟାରୀମାସ ୨୦ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହାପରେ ପ୍ରଥମେ ପୁରୁଣା କୋର୍ଟ ପରିସରରୁ ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଏସ.ଡି.ଜେ.ଏମ.)ଙ୍କ କୋର୍ଟଟି ନୂତନ ଗୃହକୁ ସ୍ଥାନାନ୍ତର ହୋଇଥିଲା । ଗତ ଦଶହରା ଛୁଟି ଓ ପରବର୍ତ୍ତୀ ସମୟରେ ପୁରୁଣା କୋର୍ଟ ପରିସରରୁ ଜିଲ୍ଲା ଦୈାରାଜଜଙ୍କ କୋର୍ଟ, ଅତିରିକ୍ତ ଜିଲ୍ଲା ଦୈାରାଜଜଙ୍କ କୋର୍ଟ, ସହକାରୀ ଦୈାରାଜଜ ତଥା ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ,ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ, ସିଭିଲ ଜଜ ସିନିଅର ଡିଭିଜନଙ୍କ କୋର୍ଟ, ଅତିରିକ୍ତ ସିଭିଲ ଜଜ ସିନିଅର ଡିଭିଜନଙ୍କ କୋର୍ଟ, ସିଭିଲ ଜଜ ଜୁନିଅର ଡିଭିଜନଙ୍କ କୋର୍ଟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ ସମେତ କାର୍ଯ୍ୟାଳୟ ଗୁଡିକ ମଧ୍ୟ ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଯାଇଛି । ପୁରୁଣା କୋର୍ଟ ଗୃହରେ ଥିବା ରେକର୍ଡ ରୁମ ଓ ପାଠାଗାର ନୂତନ କୋର୍ଟ ଗୃହକୁ ସ୍ଥାନାନ୍ତର ହୋଇନଥିବା ଜଣାପଡିଛି । ଏତଦବ୍ୟତିତ ଗୋବରୀ ବାଇପାସ ସନ୍ନିକଟ ପୈାରସଂସ୍ଥା ଯାତ୍ରୀନିବାସ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ, ପରିବାର ଅଦାଲତ ଓ କିଶୋର ନ୍ୟାୟ ପରିଷଦ ପ୍ରଭୃତି ସ୍ଥାନାନ୍ତର ନହୋଇ ସେହିଠାରେ ଚାଲୁଥିବା ଦେଖାଯାଇଛି । ବର୍ତ୍ତମାନ ପୁରୁଣା ଜିଲ୍ଲା କୋର୍ଟ ଗୃହଟିର ଆବଶ୍ୟକ ମରାମତି କରାଯିବା ସହ ରଙ୍ଗ ଦିଆଯାଉଛି । ସେସବୁ କାର୍ଯ୍ୟ ସମାପ୍ତ ହେବା ପରେ ସେହି ପୁରୁଣା କୋର୍ଟ ଗୃହରେ କେଉଁ କେଉଁ କାର୍ଯ୍ୟାଳୟ ରହିବ ଏବଂ ନୂତନ କୋର୍ଟ ଗୃହକୁ ଆଉ କେଉଁ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ସେ ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯିବ ବୋଲି କୋର୍ଟ ମ୍ୟାନେଜର ସୁପ୍ରୀତି ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ