ଭୟଙ୍କର ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଆଜି ଶୁକ୍ରବାର ଦିନ ପ୍ରାୟ ୨.୪୫ମିନିଟ ସମୟରେ ଭଣ୍ଡାରିପୋଖରୀ ଅଞ୍ଚଳରେ ଆତସବାଜି ଫୁଟିବା ଭଳି ଏକ ଭୟଙ୍କର ଶବ୍ଦ ହୋଇଥିଲା । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ କେତେକ ସ୍ଥାନରେ ଘରର କବାଟ, ଝରକା ଥରି ଉଠିଥିଲା । କେଉଁଠୁ ଏ ଶବ୍ଦ ଆସିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଭଣ୍ଡାରିପୋଖରୀ ସମେତ ବନ୍ତ, ପଡୋଶୀ ଯାଜପୁର, ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ଶବ୍ଦ ସୁବିଥିବା ସୂଚନା ମିଳିଛି । ଶବ୍ଦକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ