ଅର୍ଥ ସାଜିଛି ବାଧକ

(ଯୁଗାବ୍ଦ ନ୍ୟୁଜ )ପୁଅ ଟି ଜନ୍ମ ହେଲେ ବାପା, ମା ଆଶା ରଖିଥାନ୍ତି ସମାଜର ଜଣେ ପତିଷ୍ଠିତ ବ୍ୟକ୍ତି ହୋଇ ଛିଡା ହେବ ଏବଂ ବାପା ,ମା ଙ୍କର ନାଁ ର ଟେକ ରଖିବ । ଆଉ ଯେତେବେଳେ ସେହି ପିଲାଟି ରୋଗ ଗ୍ରସ୍ତ ହୁଏ ସତେବେଳେ ବାପା ,ମା ଙ୍କ ପାଇଁ ଅଭିଶାପ ପାଲଟି ଯାଏ । ଆଉ ଜନ୍ମ କଲା ମା ପୁଅ କୁ ନେଇ ଅନେକ ସ୍ୱପ୍ନ ଦେଖିଥାଏ କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତରେ ବେଲପନ୍ôଥୀଲ ଗ୍ରାମ ର ରିଙ୍କୁନ ଗୌଡ । ରିଙ୍କୁନ ପାଇ ଏବେ ଅଭିଶାପ ପାଲଟିଛି ଥରା ରୋଗ ।ଯେଉଁ ବୟସ ରେ ପିଲାମାନେ ଖେଳକୁଦ ଓ ପାଠପଢା ରେ ବ୍ୟସ୍ତ ରହିବା କଥା ଆଉ ସେହିସମୟରେ ରିଙ୍କୁନ ନା ପଢିପାରୁଛି ନା ଖାଇ ପାରୁଛି । ପୁଅ କଥା ଭାବି ଭାବି ବାପା ଲମ୍ବୋଧର ଗୈଡ , ମାଁ ସଞ୍ଜୁ ଗୌଡ ଙ୍କୁ ନିଦ ନାହିଁ । ଦିନ ମଜୁରିଆ ଉଭ. କାମ କରନ୍ତି । ଯାହା କିଛି ପଇସା ମୂଲ ମଜୁରୀ ଲାଗି ଆଣନ୍ତି ତାକୁ ସବୁ ରିଙ୍କୁନ ର ଚିକିତ୍ସା ରେ ଖର୍ଚ୍ଚ କରିଦିଅନ୍ତି । ଫଳରେ ଦିନେ ଖାଇଲେ ଦୁଇ ଦିନ ଉପବାସ । ତଥାପି ପେଟ କାଟି ତିନି ବର୍ଷ ଦେଲା ଜନ୍ମ କଲା ପୁଅ କୁ ଚିକିତ୍ସା କରି ଆସୁଛନ୍ତି । କିଛି ଦିନ ତଳେ ବ୍ରହ୍ମପୁର ବଡ ମେଡିକାଲ ରେ ପୁଅ ର ଚିକିତ୍ସା କରି ଡାକ୍ତର ଲେଖିଥିବା ମେଡିସିନ ଆଣି ବ୍ୟବହାର କରିଥିଲେ କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ । ଆଉ ବର୍ତ୍ତମାନ ଅର୍ଥ ଅଭାବ ରୁ ଚିକିତ୍ସା ନ କରି ଗାଁ ଠାକୁରାଣୀ ଙ୍କ ଶରଣ ପଶିଛନ୍ତି ବାପା, ମା । ବିଶ୍ୱାସ ଅଛି ଠାକୁରାଣୀ ଙ୍କ ଦୟା ରୁ ପୁଅ ଭଲ ହୋଇ ସାଧାରଣ ପିଲା ଙ୍କ ପରି ପାଠ ପଢିବ । ସୂଚନା ଅନୁସାରେ ରିଙ୍କୁ ନ ଅଷ୍ଟମ ରେ ଉତ୍ତିର୍ଣ୍ଣ ହୋଇ ନବମ ରେ ପାଠ ପଢିଥାନ୍ତା , କିନ୍ତୁ ଦଇବ ସାଜିଲା ବଇରି । ପ୍ରଥମେ ଗରିବ ତା ପରେ ରୋଗ ର ଯନ୍ତ୍ରଣା , ପୁଅ ର ରୋଗ ର ଯନ୍ତ୍ରଣା କୁ ସହିପାରୁ ନାହାଁନ୍ତି ବାପା, ମା ଆଉ ଏଥିପାଇଁ ପ୍ରଶାସନ ର ସହାୟତା ପାଇଁ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ