ସାଉଥ୍ କମେଡିଆନ ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ !

ଖୁବ୍ କମ୍ ବୟସରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡ଼ିର କମେଡିଆନ ଭାବେ ପରିଚିତ ହାଇପାରିଥିବା ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଲାଇଭ୍ ସପୋର୍ଟ ସିଷ୍ଟମରେ ରଖାଯାଇ ତାଙ୍କ ଚିକିତ୍ସା କରାଯାଉଛି । ଏହି ୩୯ ବର୍ଷୀୟ ଅଭିନେତା ଦୀର୍ଘ ଦିନ ହେଲା ଲିଭର ଓ କିଡନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଅଛନ୍ତି ।  ପୂର୍ବରୁ ମଧ୍ୟ ବହୁ ଥର ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମିଡ଼ିଆରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଇଛି । କିନ୍ତୁ ସବୁ ଥର ସେ ଏହାକୁ ଭୁଲ ପ୍ରମାଣିତ କରି ପୁଣି ପରଦାକୁ ଫେରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏଥର ମଧ୍ୟ ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କ ଫ୍ୟାନମାନେ ଅପେକ୍ଷା କରି ରହିଛନ୍ତି ।
୧୯୭୯ ମସିହାରେ ତେଲେଙ୍ଗାନା ରାଜ୍ୟର କୋଡାଡରେ ଜନ୍ମ ଗ୍ରହଣ କରିଥିବା ଭେନୁ ଜଣେ ପ୍ରସିଦ୍ଧ ମିମିକ୍ରି ଆର୍ଟିଷ୍ଟ ଥିଲେ । ୧୯୯୬ ମସିହାରେ “ସମ୍ପ୍ରଦାୟମ୍’ ଫିଲ୍ମ ଜରିଆରେ ସେ ଟଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ଏହା ପର ବର୍ଷ ତାଙ୍କୁ “ମାଷ୍ଟର’ ଫିଲ୍ମରେ ଦେଖିବାକୁ ମିଳିଥିଲା । ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଅଭିନେତା ବହୁ ସୁପରହିଟ୍ ଫିଲ୍ମରେ ମୁଖ୍ୟ ଭୂମିକା ମଧ୍ୟ ତୁଲାଇଛନ୍ତି । ଏହା ବ୍ୟତୀତ ବହୁ ଟେଲିଭିଜନ ପ୍ରୋଗ୍ରାମରେ ସେ ହୋଷ୍ଟ ହୋଇ ଦର୍ଶକଙ୍କ ତାଳି ସାଉଣ୍ଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ