ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ୍ ପକ୍ଷରୁ ଦାବୀ

ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ୍ ଗଞ୍ଜାମ ଜିଲ୍ଲା ଶାଖା କାର୍ଯ୍ୟାଳୟ ଛତ୍ରପୁର ଠାରେ ବିଶ୍ୱ ମତ୍ସ୍ୟଦିବସ ପାଳନ ହୋଇଯାଇଛି । ଏଥିରେ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ୍‌ର ରାଜ୍ୟ ସାଧାରଣ ସଂପାଦକ କେ.ଏଲେୟା ଯୋଗଦେଇ ମତ୍ସ୍ୟଜୀବୀଙ୍କ ହିତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ବିଭିନ୍ନ ଦାବି ଗୁଡିକ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପକୁ ପ୍ରତ୍ୟାହର କରାଯାଉ । ସିଆର୍‌ଜେଡ୍‌-୨୦୧୧ ନିୟମକୁ ପରିବର୍ତ୍ତନ ନ କରି ଏହାକୁ କାର୍ଯ୍ୟକାରୀ ହେଉ, ଯଦି ଏହାକୁ ସରକାର ପରିବର୍ତ୍ତନ ନ କଲେ ପାରମ୍ପରିକ ମତ୍ସ୍ୟଜୀବୀମାନେ ସମୁଦ୍ର ଉପରେ ନିର୍ଭର କରି ଆସୁଥିବା ଅଧିକାରରୁ ବଞ୍ଚିତ ହେବେ, ବାହାର ରାଜ୍ୟକୁ ଦାଦାନ ଶ୍ରମିକ ହୋଇ ଯାଉଥିବା ମତ୍ସ୍ୟଜୀବୀ ନିଜର ଭିଟାମାଟିରେ ରହି ବଞ୍ଚିବାର ଅଧିକାର ପାଇବାକୁ ହେଲେ ମତ୍ସ୍ୟ ଅବତରଣ କେନ୍ଦ୍ର ଗୁଡିକରେ ପ୍ରତାଶ୍ରୟ ନିର୍ମାଣ କରାଯାଉ, ଏଥିସହ ଡଙ୍ଗା,ଜାଲ, ରଖିବା ଘର,ବିଶ୍ରାମଗୃହ, ବରଫକଳ ଏବଂ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ, ମତ୍ସ୍ୟଜୀବୀମାନଙ୍କ ବ୍ୟବହାର କରୁଥିବା ଡଙ୍ଗାଜାଲକୁ ବୀମାକରଣ କରାଯାଉ, ସଞ୍ଚୟ ତଥା ସାହାଯ୍ୟ ଯୋଜନାକୁ ୪୫୦୦ ଟଙ୍କା ବଦଳରେ ୯୦୦୦ ଟଙ୍କା କରାଯାଉ,ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତି ଗୁଡୁକର ଭିତ୍ତିଭୂମି ସଦୃଢ କରିବା ଲାଗି ଦିଆଯାଉଥିବା ଅନୁଦାନ ୨ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବା ସହ ସମିତି ଗୁଡିକର କାର୍ଯ୍ୟାଳୟ ଚାଲିବା ଲାଗି ପକ୍କାଘର ନିର୍ମାଣ, ସମ୍ପାଦକ ମାନଙ୍କୁ ଆର୍ଥିକ ଅନୁଦାନ ଦିଆଯିବା ସରକାରଙ୍କ ପ୍ରଣତି ଯୋଜନା ଗୁଡିକ ସମବାୟ ସମିତି ମାଧ୍ୟମରେ କରାଯାଉ, କୌଣସି କାରଣରୁ ବନ୍ଦ ହୋଇଥିବା ସମବାୟ ସମିତିକୁ ପୁର୍ନବାର କାର୍ଯ୍ୟକାରୀ କରାଯାଉ, ଆବଶ୍ୟକ ସ୍ଥଳେ ନୂତନ ସମବାୟ ସମିତି ଗଠନ କରାଯାଉ, ସେହିପରି ଥିବା ମହିଳା ସମବାୟ ସମିତି ଗୁଡିକ କାର୍ଯ୍ୟକାରୀ କରିବା ସଂଗକୁ ସମବାୟ ସମିତିରେ ସାମିଲ ହୋଇନଥିବା ମହିଳାମାନଙ୍କୁ ନେଇ ନୂଆ ସମବାୟ ସମିତି ଗଠନ କରାଯାଉ, ମତ୍ସ୍ୟଜୀବୀ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ସଂପୂର୍ଣ୍ଣ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ ଏବଂ ଅନ୍ୟରାଜ୍ୟ ପରି ଆମରାଜ୍ୟରେ ବରିଷ୍ଠ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାମାନଙ୍କୁ ମାସିକ ୩୦୦୦ ହଜାର ଟଙ୍କା ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଉ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ସାଧାରଣ ସଂପାଦକ ଏଲେୟା ଦାବି ରଖିଥିଲେ । ଏନେଇ ୟୁନିୟନ୍ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ୍ ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ବି.କୋଟେସୁ, ମାର୍କଣ୍ଡୀ ଜୋନ୍ ସଭାପତି ଏନ୍‌.ଯୋଗୀ ରାଓ, ଏ.କାଲିଆ, ସାଇ ପ୍ରକାଶ, କେ.ଧର୍ମା ରାଓ ଏବଂ ସୋନ୍‌ପୁର ଜୋନ୍‌ର ଉପସଭାପତି ଇ.ଅସନ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ