ଓଡିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ,ଗଞ୍ଜାମ ଶାଖା ତରଫରୁ ପ୍ରତିକାତ୍ମକ କଳା ବ୍ୟାଜ ପରିଧାନ

ଛତ୍ରପୁର,(ଦେବଦତ୍ତ ମହାରଣା): ସରକାରଙ୍କ ପ୍ରାଣୀ ସଂପଦ ବିକାଶ ବିଭାଗକୁ ଅଣଦେଖା ପ୍ରତିବାଦରେ ଓଡିଶା ରାଜ୍ୟ ପ୍ରାଣୀଚିକିତ୍ସା ସେବା ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ଶାଖା ତରଫରୁ କାର୍ଯ୍ୟରତ ସମସ୍ତ ପ୍ରାଣି ଚିକିତ୍ସକ ଗତକାଲି ଠାରୁ ପ୍ରତୀକାତ୍ମକ କଳା ବ୍ୟାଜ ପରିଧାନ କରିଛନ୍ତି ସୂଚନାନୁସାରେ,ଏହି ପ୍ରତିବାଦ ୭ ଦିନ ଧରି ଚାଲିବ ଓ ଏଥିରୁ କୌଣସି ସୁଫଳ ନମିଳିଲେ ଆସନ୍ତା ୨୭ ନଭେମ୍ବର ୨୦୨୦ ଠାରୁ ସମସ୍ତ ପ୍ରାଣୀ ଚିକିତ୍ସକ ସରକାରଙ୍କ ଦ୍ୱାରା ପରିଚାଳିତ ଅନଲାଇନ୍ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହା ଉପରେ ପ୍ରତିକ୍ରିୟା ଦେଇ ଛତ୍ରପୁର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ପତିତପାବନ ରଥ କହିଛନ୍ତି ଯେ, ବହୁ ସମୟ ଧରି ଓଡିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ସରକାରଙ୍କ ନିକଟରେ ପ୍ରବେଶ ପଦବୀକୁ କନିଷ୍ଠ-ପ୍ରଥମ ଶ୍ରେଣୀ ମାନ୍ୟତା ଦେବା,ବିଭାଗକୁ ଜରୁରୀକାଳୀନ ବିଭାଗର ମାନ୍ୟତା ଦେଇ ଯଥା ସମ୍ଭବ ମୌଳିକ ଭିତିଭୁମି ଯୋଗାଇ ଦେବା ଡିଜିଲାଇଟେସନ ସେବା ପ୍ରଦାନ ନିମନ୍ତେ ଅତ୍ୟାଧୁନିକ ଉପକରଣ ତଥା ଡାଟା ଏଂଟ୍ରି ଅପରେଟର ଯୋଗାଇବା ସହିତ କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ୍ ଯୋଦ୍ଧା ମାନ୍ୟତା ପ୍ରଭୃତି ବିଭିନ୍ନ ଦାବି କରିଆସିଛି । ହେଲେ ସରକାର ଏହାକୁ ଅଣଦେଖା କରିଚାଲିଛନ୍ତି । ଏହି ପ୍ରତିବାଦ ବେଳେ ପ୍ରାଣୀ ଚିକିତ୍ସା ରେ କୌଣସି ଅବହେଳା ନ କରି ଚାଷି ଭାଇ-ଭଉଣୀ ମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଶ୍ରୀ ରଥ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ