୫୨ ଏକର ଜମିରେ ୧୧ କୋଟିର ଗଞ୍ଜେଇ ଗଛ ପୋଡି ନଷ୍ଟ

ମୋହନା,(ଅଂଶୁମାନ ପଣ୍ଡା): ଏସପି ତପନ କୁମାର ପଟ୍ଟନାୟକ ଯେବେ ଠାରୁ ଗଜପତି ଜିଲ୍ଲାରେ କାର୍ଯ୍ୟ ଭାର ନେଇଛନ୍ତି ସେଦିନ ଠାରୁ ଅଞ୍ଚଳରେ ଚୋରା କରବାର ନୀଳ ଜୋହର ରୋକିବାରେ ସଫଳ ହଇଛି | ସେ ପରି ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆରମ୍ଭ ହୋଇଛି ଜଙ୍ଗଲ ଜମିରେ ଚୋରା ଚାଲାଣ ଗଞ୍ଜେଇ ଚାଷ ନଷ୍ଟ କରିବା ରା.ଉଦୟଗିରି, ଥାନା, ମୋହନା, ଅଡବା ଥାନା ଆଦି ଅଞ୍ଚଳରେ ଏହି ଅଭିଯାନ କିଛି ଦିନ ହେଲା ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ପୋଲିସ ମିଳତରେ ଚାଲିଛି | ଗତ କାଲି ଏସପି ଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ.ଡ଼ି.ପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧନରେ ଅଡବା ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର ଓ ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ପୋଲିସ କର୍ମଚାରୀ ମିଳିତରେ ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ହାଚି ପଙ୍କାଗାଁ ନିକଟସ୍ଥ ଜଙ୍ଗଲ ଜମିରେ ହୋଇଥିବା ୫୨ ଏକର ଜମିରେ ଗଞ୍ଜେଇ ଚାଷକୁ ଗଛ କାଟି ପୋଡି ନଷ୍ଟ କରାଯାଇଛି | ଏହାର ମୁଲ୍ୟ ୧୧ କୋଟି ହେବ ବୋଲି ଅଡବା ଥାନା ପକ୍ଷରୁ ଜଣା ପଡ଼ିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ