ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ବେଲଗଡିଆ ଗ୍ରାମର ମୁକ୍ତିକାନ୍ତ ମହାନ୍ତିଙ୍କ ଭିନ୍ନକ୍ଷମ ପୁଅ ସତ୍ୟଜିତ ମହାନ୍ତିଙ୍କୁ ଆଜି ପ୍ରଶାସନ ପକ୍ଷରୁ ହୁଇଲଚେୟାର ପ୍ରଦାନ କରାଯାଇଛି । ବ୍ଲକ ପରିସରରେ ବିଡିଓ ବିଜୟ କୁମାର ସାହୁ ସତ୍ୟଜିତଙ୍କୁ ଏହି ହୁଇଲ ଚେୟାର ପ୍ରଦାନ କରିଥିଲେ । ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଯୋଜନା ସହାୟକ ସୁଧାଂଶୁ ପାଢୀ ଉପସ୍ଥିତ ଥିଲେ ।