ବଂଶଧାରା ବିପଦ ସଂକେତ ନିକଟରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଲଗାତର ବର୍ଷା ଯୋଗୁଁ ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ବଂଶଧାରା ନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ବଂଶଧାରା ନଦୀ କାଶୀନଗର ଠାରେ ସତର୍କ ସଂକେତ ୫୩.୬୦କୁ ଅତିକ୍ରମ କରି ୫୩.୮୩ ମି.ମିରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫୪.୬୦ ମି.ମି ରହିଛି । ବଂଶଧାରା ନଦୀରେ ଜଳପତ୍ତନ ସତର୍କ ସଂକେତ ଟପିବା ଅଞ୍ଚଳ ବାସୀଙ୍କ ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ ଥର ଲଗାତର ବର୍ଷା ବେଳେ ବଂଶଧାରାରେ ବନ୍ୟାଜଳ ଆସି କାଶୀନଗର ଅଞ୍ଚଳର ବିଭିନ୍ନ ଫସଲ ନଷ୍ଟ କରୁଥିବା ସହ ଚାଷ ଜମିରେ ବାଲିଚର ମାଡି ଯାଉଥିବା ଯୋଗୁଁ ଲୋକେ ଅତଙ୍କିତ ହୋଇ ରହିଛନ୍ତି । ଏଥି ନେଇ ଜିଲ୍ଲା ପ୍ରଶାସନ ସଜାଗ ରହି,ବଂଶଧାରାର ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ