ଛତ୍ରପୁର୧୦,୧୧ନଂ ୱାର୍ଡରେ ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ 

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଗୈାରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ସ୍ୱଚ୍ଛସାଥୀ ପୂର୍ଣ୍ଣବାସୀ ମହାପାତ୍ରଙ୍କ ପୈାରହିତ୍ୟରେ ୧୦/୧୧ନଂ ୱାର୍ଡର ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର(ବୁଚି) ୧୧ନଂ ୱାର୍ଡର ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ଲେବଲ ଅଫିସ କବିତା ରାଣୀ ଦାସ, ପରିମଳ ନିରୀକ୍ଷକ ଗୈାରହରି ପଣ୍ଡା, ଯୁବନେତା ଜଗଦୀଶ ରାଓ, ସ୍ୱଚ୍ଛ ସାଥୀ ସାବିତ୍ରୀ ଦାଶ, ସାମଜିକ କର୍ମୀ ଅରୁଣ ଶତପଥୀ ଙ୍କ ସମେତ ବହୁ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ