ହେକ୍ଟର ହେକ୍ଟର ଚାଷ ଜମି ଜଳବନ୍ଦୀରେ
ଛତ୍ରପୁର: ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଦ୍ୱାରା ଛତ୍ରପୁର ବଡମାଧପୁର ,ବରଙ୍ଗ ଓ ପୋଡାପଦର ସମେତ ବହୁ ଗ୍ରାମର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଯାହାଫଳରେ ଚାଷୀଙ୍କ ପସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ଜଳ ନିଷ୍କାସନ ର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଜଳ ଚାଷ ଜମିରେ ଭର୍ତି ହୋଇରହିଛି । ଗତ ଦୁଇମାସ ମଧ୍ୟରେ ଏହ ତୃତୀୟ ଥର ଏପରି ଅବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲାରେ ଛତ୍ରପୁର ବ୍ଲକରେ ଅଧିକ ମାତ୍ରାରେ ବର୍ଷା ହେବା ଭଳରେ ଏପରି ହୋଇଥିବା ଦେଖିବାକୁ ମିଳିଛି । ଅପରକ୍ଷରେ ଋଷିକୂଲ୍ୟା ରୟତ ମହାସଭା ସିମାଚଂଳ ନାହାକ ଓ ଯୁବନେତା ସପନ ନାହାକ କହିଛନ୍ତି ଯେ ଚାଷୀ ବର୍ଷଯାକ ନିଜ ଫସଲ ଉପରେ ନିର୍ଭର କରିଥିବା ବେଳେ ଏପରି ଲଗାଣ ବର୍ଷା ଦ୍ୱାରା ଚାଷୀ ମାନେ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ ଏପରି ଚାଷ ଜମିରେ ପାଣି ଜମି ରହିଥିବା ହେତୁ ଫସଲ ଉପରେ ପ୍ରଭାବ ପଡିବା ସମ୍ବାବନା ରହିବ ବୋଲି କହିଛନ୍ତି । ଏଣୁ ଫସଲରେ କବକ ଜନିତ ରୋଗ ହେବା ଆଶଙ୍କା ରହିଛି । ଯେମିତି ଧାନ ଫସଲରେ ମହିଷା ରୋଗ ସହ ଅନ୍ୟାନ୍ୟ ଫସଲରେ ପତ୍ର ପୋଡା ବା ପତ୍ର ଦାଗ ରୋଗ ହେବାର ଯଥେଷ୍ଟ ସମ୍ଭବନା ରହିଛି ।


