ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

କଟକ, (ଦୀପକ୍ କୁମାର ବେଉରା):ସୁନା ଲୁଟ୍ କରି ଓଏସ କରୁଥିଲା ଲାଲା। ଆଉ ଏଥିରେ ସହଯୋଗ କରିଥିଲେ ଲେଡି ଅଫିସର ତଥା ଆଇଆଇଏଫ୍‌ଏଲ୍‌ର ଆକାଉଣ୍ଟାଣ୍ଟ ନୀଳିମା। କଟକ ନୟାସଡକ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲାର ସହଯୋଗୀ ନୀଳିମା ଗିରଫ। ନୀଳିମାଙ୍କୁ ମିଶାଇ ଏହି ଲୁଟ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି। ଏଥିସହ ୩ କେଜି ସୁନା ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।ଅଡିଟ୍‌ରେ ଫାଙ୍କିବା ପାଇଁ ନକଲି ସୁନା ମିଶାଇଥିଲା ଲାଲା। ହଡପ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଲାଲା। ଦାମୀ ଗାଡି ଚଢୁଥିଲା। ମନଇଚ୍ଛା ଖର୍ଚ୍ଚ କରୁଥିଲା। ତେବେ ସେ ଏବେ ନୁହେଁ କେବେଠୁ ବ୍ୟାଙ୍କରୁ ଟଙ୍କା, ସୁନା, ହଡପ କରୁଥିଲା। ସେଥିପାଇଁ ବିଭିନ୍ନ ପନ୍ଥା ଆପଣେଇଥିଲା ଅଭିଯୁକ୍ତ। ତଦନ୍ତରୁ ଜଣା ପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତକୁ ସିଧାସଲଖ ନୀଳିମା ସହଯୋଗ କରୁଥିଲା। ନୀଳିମା ଆଇ ଆଇ ଏଫ୍ ଏଲ ସଂସ୍ଥାର ଏକାଉନଟେନଟ । ଲାଲାଅମ୍ରିତ କୁ ଗିରଫ କରାଯାଇଥିବା ବେଳେ ନୀଳିମାକୁ ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା। ଲୁଟ୍ ଲିଙ୍କ୍‌ରେ ଆଜି ମାନାପୁରମ୍ ଗୋଲ୍ଡ ଲୋନ ସଂସ୍ଥାରେ ମଧ୍ୟ ଲାଲାକୁ ନେଇ ଅଧିକ ତଦନ୍ତ କରିଥିଲା ପୋଲିସ ।ସୂଚନାଯୋଗ୍ୟ, ସୁନା ଲୁଟ୍ ପାଇଁ ଏକ ନାଟକ ରଚାଯାଇଥିଲା। ଏହି ନାଟକ ଆଇଆଇଏଫ୍‌ଏଲ୍‌ର କିଛି କର୍ମଚାରୀ ରଚିଥିଲେ। ସୁନା ହେରଫେର କରି ଏହାକୁ ଲୁଟ୍‌ର ରୁପ ଦେବାକୁ ହୋଇଥିଲା ଯୋଜନା । ଲୁଟ୍‌ରେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ, ତାଙ୍କ ଭାଇ ସହ ମୋଟ ୬ ଜଣକୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩ କେଜି ସୁନା ଜବତ ହୋଇଥିବା ବେଳେ ଅନ୍ୟ ସୁନାକୁ ଜବତ କରିବା ପାଇଁ କଟକ ସହର ସମେତ ଆଖ ପାଖ ଅଞ୍ଚଳରେ ଚଢାଉ କରୁଛି ପୋଲିସ ।ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଟକ ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍‌ରୁ ୨୦ କୋଟି ଟଙ୍କାର ସୁନାଗହଣା ଲୁଟିନେଇଥିଲେ ଦୁର୍ବୁତ୍ତ । ତେବେ ଏତେ କମ ସମୟରେ ଏତେ ପରିମାଣର ସୁନା ଲୁଟ କିପରି ହେଲା । ଲୁଟ୍‌ ସମୟରେ ଆଇଆଇଏଫ୍‌ଏଲ୍‌ର ସିସିଟିଭ କାମ କରୁନଥିଲା । ଏପରି ଆଦି ଅନେକ ପ୍ରଶ୍ନର ଛାନ୍‌ଭିନ୍‌ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା । ମଙ୍ଗଳବାର ଦିନ ଲୁଟ୍ ଘଟଣାକୁ ନେଇ ପୋଲିସ କମିଶନର ପ୍ରେସମିଟ୍ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ