ଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଆବାସ ଯୋଜନା, ପାଇଖାନା ନିର୍ମାଣ ସହ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବୀରେ ବ୍ଲକରେ ଧାରଣା ଦିଆଯାଇଥିଲା । ବିଭିନ୍ନ ଦାବିନେଇ ପଞ୍ଚାୟତ ଅଧିବାସୀ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ ସହ ଧାରଣା ଦେଇଥିଲେ । ଦାବି ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇନଥିବା ବେଳେ ଥିଲା ଵାଲା ଲୋକ ଘର ପାଇଥିବା । ପଞ୍ଚାୟତ ରେ ୫୦ ରୁ ୫୫ବର୍ଷ ଲୋକଙ୍କୁ ଭତା ମିଳୁଥିବା ବେଳେ ୭୦ରୁ୮୦ବର୍ଷ ବୟସ୍କ ବୃଦ୍ଧା ବୃଦ୍ଧ ଲୋକଙ୍କୁ ଭତା ନମିଳିବା ପଞ୍ଚୟତର ବିଭିନ୍ନ ଗାଁରେ ଥିବା ୧୩ ଗୋଟି ନଳକୂପର ଚଟାଣ କାର୍ଯ୍ୟ ନକରି ବାଲ୍ କରାଯିବା। ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ନିମ୍ନମାନର କରାଯିବା । ପଞ୍ଚାୟତରେ ରହିଥିବା ସରକାରୀ କର୍ମଚାରୀ, ଜେଇ, ଏବଂ ପି ଇ ଓ, ଜି ଆର ଏସଙ୍କୁ ତୁରନ୍ତ ବଦଳି କରାଯିବା। ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ନିର୍ମାଣ ସଂପୃଣ୍ଣ ନକରି ଟଙ୍କା ହଡପ ହେବା ଭଳି ଅଭିଯୋଗରେ ଏହି ପ୍ରତିବାଦ ଓ ଧାରଣା ଦିଆଯାଇଥିଲା। ପରେ ବିଡ଼ିଓ ଅଟଳ କୁମା ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ନିରଞ୍ଜନ ଦାସ, ଚୌଧୁରୀ ବିଜୟ ସୁତାର, ପ୍ରଦୀପ୍ତ ନାୟକ, ସୁଧୀର ପଣ୍ଡା, ବିଜୟ ଦାଶ, ପ୍ରମୋଦ ପ୍ରଧାନ, ସମିତି ସଭ୍ୟା କବିତା ଦାସ, ସାଗର ସ୍ୱାଇଁ, କୁମାର ଦାସ ପ୍ରମୁଖ ବହୁ ଗ୍ରାମ ବାସୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ