ମେଡିକାଲରୁ ନିରାଶ ହୋଇ ଫେରିଲେ ଜିତେନ୍ଦ୍ର

ଭଣ୍ଡାରିପୋଖରୀ ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତାଳପଦା ଗ୍ରାମର ଘନଶ୍ୟାମ ଜେନାଙ୍କ ୧୨ବର୍ଷର ପୁଅ ଜିତେନ୍ଦ୍ର ମାରାତ୍ମକ ରୋଗରେ ପିଡୀତ । ଦୀର୍ଘ ବର୍ଷ ହେବ ସେ ଶଯ୍ୟାଶାୟୀ ହୋଇ ପଡିଛି । ତିନିବର୍ଷର ହୋଇଥିବାବେଳେ ଖେଳୁଖେଳୁ ପଡିଯାଇ ଜିତେନ୍ଦ୍ର ଏକ ପ୍ରକାର ଅକର୍ମଣ୍ୟ ହୋଇଯାଇଥିଲା । ଆର୍ଥିକ ଅନାଟନରେ ଥାଇ ବାପା ମାଆ ପୁଅର ଚିକିତ୍ସା ପାଇଁ ଭଦ୍ରକ ଠାରୁ କଟକ ଯାଏଁ ଯାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିଲା । ପଡିଯିବା ହେତୁ ଜିତେନ୍ଦ୍ରଙ୍କର ସମସ୍ତ ସ୍ନାୟୁ ଅଚଳ ହୋଇଯାଇଥିବା ଡାକ୍ତରମାନେ କହିଥିଲେ । ତେଣୁ ବୟସ ବଢିଲେ ପୁଅ ଭଲ ହୋଇପାରେ ବୋଲି ବାପା ମାଆ ଆଶାପ୍ରକଟ କରି ଭାଗ୍ୟକୁ ଆଦରି ଘରେ ରହିଥିଲେ । ଇତିମଧ୍ୟରେ ପୁଅକୁ ୧୨ବର୍ଷ ହୋଇଯାଇଥିଲେ ସୁଦ୍ଧା ପୁଅର ଶରୀର ଦିନକୁଦିନ କ୍ଷଣ ହେବାକୁ ଲାଗିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଉମିଦ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଜିତେନ୍ଦ୍ରଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା । ମେଡିକାଲ କର୍ମଚାରୀ ମାନେ ଆମ୍ବୁଲାନସରେ ଜିତେନ୍ଦ୍ରଙ୍କୁ ଘରୁ ନେଇ ଚିକିତ୍ସା କରିବାକୁ ପ୍ରତିଶୃତି ଦେଇଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ । ଗତ ୨୨ତାରିଖ ଦିନ ତାକୁ ଭଦ୍ରକ ମେଡିକାଲ ନିଆଯାଇଥିବାବେଳେ ମୁଖ୍ୟ ଚିକିତ୍ସାଧିକାରୀ ନଥିବାରୁ କୌଣସି ଡାକ୍ତର ତାକୁ ଦେଖିନଥିଲେ । ଏପରିକି ଚିକିତ୍ସା ସମ୍ବନ୍ଧରେ କୌଣସି ପରୀକ୍ଷା ନିରିକ୍ଷା ମେଡିକାଲ ପକ୍ଷରୁ କରାଯାଇନଥିଲା । ପୁଅ ୧୨ବର୍ଷର ହୋଇଗଲାଣି ସେ ଆଉ ଭଲ ହୋଇପାରିବନି ବୋଲି ମେଡିକାଲ ପକ୍ଷରୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ବାପ ମାଆଙ୍କୁ ନାସ୍ତିବାଣୀ ଶୁଣାଇଥିଲେ । ପରିଶେଷରେ କାନ ମୁଣ୍ଡ ଆଉଁଶି ପୁଅକୁ ଧରି ନିରାଶ ହୋଇ ବାପା ମାଆ ଘରକୁ ଫେରିଆସିଥିଲେ । କର୍ମକୁ ଆଦରି ଜିତେନ୍ଦ୍ର ଏବେ ବିଛଣାରେ ପଡିରହିଥିବାବେଳେ ସରକାରଙ୍କ ଚିକିତ୍ସା ସହାୟତା ଯୋଜନା ସତେ ଯେପରି ଧୂଆଁବାଣ ପରି ଲାଗୁଛି । ଏହା ଉପରେ ସ୍ୱାସ୍ତ୍ୟ ବିଭାଗର ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ