ବିଡିଓଙ୍କୁ ର୍ଦୁବ୍ୟବହାର ଘଟଣା- ପ୍ରତିଶୃତି ପରେ କର୍ମଚାରୀଙ୍କ କଲମଛାଡ ପ୍ରତ୍ୟାହୃତ
ହାଟଡ଼ିହି, : ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ଗତ ୨୪ତାରିଖ ଦିନ ର୍ଦୁବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ଓ କର୍ମଚାରୀ ମାନଙ୍କୁ ବ୍ଲକ ପରିସରରେ ସୁରକ୍ଷା ପ୍ରଦାନ ଦାବିରେ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଗତ ୨୪ତାରିଖ ଦିନ ମରୈଗାଁର ସୁଧାଶୁଂ ମଲ୍ଲିକ ନାମକ ଜଣେ ଯୁବକ ଅପରାହ୍ନ ୩ଟାବେଳେ ବ୍ଲକରେ ପସି ବିଡିଓଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁନେଇ ବ୍ଲକ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସେହିଦିନ ସନ୍ଧ୍ୟାରେ ବିଡିଓ ସୁଶାନ୍ତ ବାରିକ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନା କେସନଂ ୯୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । କିନ୍ତୁ ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାନଯିବା ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ପ୍ରଦାନ ଆଦି ଦାବି ନେଇ କର୍ମଚାରୀମାନେ ଦୁଇଦିନ ହେଲା କଲମଛାଡ ଆନ୍ଦୋଳନ ଚଲାଇଛନ୍ତି । ଆଜି ଦିନ ମଧ୍ୟାହ୍ନରେ ଟାବେଳେ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ନନ୍ଦିପଦା ଥାନା ଆଇଆଇସି ମାନସ କୁମାର ସ୍ୱାଇଁ, ସୋସୋ ଥାନା ଅଧିକାରୀ ଗଗନ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିଡିଓ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କ ସହିତ ଆଲୋଚନା କରିବାପରେ ପୁଲିସ ଅତିଶିଘ୍ର ଅଭିଯୁକ୍ତକୁ ଗିରଫ କରିବ ବୋଲି ଏସଡିପିଓ ପ୍ରତିଶୃତି ଦେବାପରେ କର୍ମଚାରୀମାନେ ଅନ୍ଦୋଳନକୁ ସ୍ଥଗିତ ରଖିଥିଲେ ।