ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ସହାୟତା ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ ବିକ୍ଷୋଭ

ଭୁବନେଶ୍ୱର,(ୱାଇଏନ୍ଏସ୍): ଦୀର୍ଘ ସାଢେ ଚାରିମାସ ଅବିଶ୍ରାନ୍ତ ଲଢେଇ ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତାର ଆନ୍ଦୋଳନ, ପରୀ ବାପା ମାଙ୍କର ନ୍ୟାୟ ପାଇଁ ପୋଲିସ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନ ସଭା ସାମ୍ମନାରେ ଆତ୍ମାହୁତି ପାଇଁ ପଦକ୍ଷେପ ନେବା ଏବଂ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ରାଜ୍ୟ ସରକାର ବାଧ୍ୟ ହୋଇ ପରୀ ହତ୍ୟାକାଣ୍ଡର ଏସ.ଆଇ.ଟି ତଦନ୍ତ ନିର୍ଦେଶ ଦେଇଛି | କିନ୍ତୁ ଏହି ଏସ.ଆଇ.ଟି ତଦନ୍ତ ଦ୍ୱାରା ପରୀ ପରିବାର କେତେ ଦୂର ନ୍ୟାୟ ପାଇବ ତାହା ସନ୍ଦେହ ଘେରରେ ରହିଛି | ଅତୀତରେ ବିଭିନ୍ନ ଘଟଣା ତଥା କୁନ୍ଦୁଲି ବଳାତ୍କାର ଓ ଆତ୍ମହତ୍ୟା, କନ୍ଧମାଳର ଗୁମୁଡୁମୁହାଁ ହତ୍ୟାକାଣ୍ଡର ଇତ୍ୟାଦିର ଏସ.ଆଇ.ଟି ତଦନ୍ତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇପାରିନାହାନ୍ତି | ତେଣୁ ପରିବାର ଲୋକଙ୍କ ତରଫରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ଆମେ ସମର୍ଥନ କରୁଛୁ | ରାଜ୍ୟ ସରକାର ଯଦି ବାସ୍ତବରେ ପରୀ ପରିବାରକୁ ନ୍ୟାୟ ଦେବାକୁ ଚାହାନ୍ତି ତେବେ ଏହି ଘଟଣାର ତଦନ୍ତ ଆମେ ସିବିଆଇ କୁ ଦେବାକୁ ଦାବି କରୁଛୁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ