ରାଇରଙ୍ଗପୁରରେ “ପଥ ମହୋତ୍ସବ” କାର୍ଯ୍ୟକ୍ରମ ଆୟୋଜିତ 

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ରାସପୂଣ୍ଣିମା ଉପଲକ୍ଷେ” ପଥ ମହୋତ୍ସବ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ସମ୍ମାନୀତ ଅତିଥି ଭାବେ ପରିଷଦର ଉପଦେଷ୍ଟା ପ୍ରଦୀପ୍ତ କୁମାର ମହାନ୍ତି ଉପସ୍ଥିତରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଷଦର ସମ୍ପାଦକ ରଞ୍ଜନ କୁମାର ନନ୍ଦ ଚଳିତ ବର୍ଷର “ପଥ ମହୋତ୍ସବ”ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । କରୋନାର କଟକଣା ବିଧିକୁ ମାନି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଚଳିତ ବର୍ଷ ମୁରୁଜ ଦାଣ୍ଡରେ ମୁରୁଜ ଅଙ୍କନ ପ୍ରତିଯୋଗିତା କରାଯାଇନାହିଁ ।ଏହାର ବିକଳ୍ପ ଭାବରେ “ଭିନ୍ନ ଭିନ୍ନ ବେଶରେ ମୋ ଜଗନ୍ନାଥ” ଶୀର୍ଷକ ଥାଇ ଏକ ବ୍ୟାନର ପ୍ରଦର୍ଶନୀରେ ଜଗନ୍ନାଥଙ୍କ ବତିଶି ବେଶକୁ ମୁରୁଜ ଦାଣ୍ଡରେ ପ୍ରଦର୍ଶନ କରାଯାଇଅଛି ।ଏ ପ୍ରକାର ଅଭିନବ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଦାସ ନିଜ ବକ୍ତବ୍ୟରେ ଉଚ୍ଚ ପ୍ରଶଂସା କରିଥିଲେ । ପରିଷଦର ଉପସଭାପତି ବିଜୟ କୁମାର ରାମ ଓ କାଳିପ୍ରସନ୍ନ ମହାନ୍ତି, ସଂଗଠନ ସଂପାଦକ ଡଃ ଦିଗମ୍ବର ଗିରି,ସହ ସମ୍ପାଦକ କିଶୋର କୁମାର ରଜକ ଓ ସୂର୍ଯ୍ୟକାନ୍ତ ଘଣା,କୋଷାଧ୍ୟକ୍ଷ ମାନସ ରଞ୍ଜନ ପରିଡା, ବରିଷ୍ଠସଦସ୍ଯା ପୁଷଲତା ମହାନ୍ତି,ସକ୍ରିୟ ସଦସ୍ୟ ସିଦ୍ଧାର୍ଥ ପାଲ, ଦିନେଶ ବେହେରା, କୌଶିକ ମହାନ୍ତି,ପ୍ରଫୁଲ ସାହୁ, ମେଘନାଦ ସାହା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।ମୁରୁଜ ଅଙ୍କନ ପ୍ରତିଯୋଗିତାର ବିକଳ୍ପ ଭାବରେ “ଦାରୁରେ ଦାରୁବ୍ରହ୍ମ ଜଗନ୍ନାଥ” ଶୀର୍ଷକ ମୁରୁଜ ଅଙ୍କନ ଏବଂ “କରୋନା ରେ ଘୋଷଯାତ୍ରା” ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନ୍ ଲାଇନ୍ ମାଧ୍ୟମରେ ଆୟୋଜନ କରାଯାଉଅଛି | shrijagganathsgprrpmbj@gmail.com ମେଲ୍ ଠିକଣାରେ ମୁରୁଜ ଅଙ୍କନ ଏବଂ ପ୍ରବନ୍ଧ ଲେଖି ପଠାଇବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ, ରାଇରଙ୍ଗପୁର ତରଫରୁ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ