ହିଞ୍ଜିଳିକାଟୁ ଓକିଲ ସଂଘ ନିର୍ବାଚନ: ସଭାପତି, ସମ୍ପାଦକ ଓ ଉପସଭାପତି ନିର୍ବାଚିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ବାର କାଉନସିଲଙ୍କ ନିର୍ଦେଶ କ୍ରମେ ଡିସେମ୍ବର ୧୨ ତାରିଖରେ ସମସ୍ତ ବାର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୨୪ ଓ ୨୫ ତାରିଖରେ ପ୍ରାର୍ଥୀପତ୍ର ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ସଭାପତି ରୂପେ ଦ୍ୱିତିକୃଷ୍ଣ ସାବତ ଉପସଭାପତି ଉପେନ୍ଦ୍ର ପଣ୍ଡା ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଅଧିକାରୀ ମୁକ୍ତିରମ ସାବତ ଙ୍କ ନିକଟରେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ। ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ଯୋଗୁଁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ଧାରିତ ନିର୍ବାଚନ କାଯ୍ୟସୂଚି ଅନୁଯାଇ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଧ ଘୋଷଣା ବାକି ରହିଛି ।


