କଏଦୀଙ୍କୁ ଶୋଇବା ମନା
ଦକ୍ଷିଣ ରୁଷରେ ଅବସ୍ଥିତ ଏହି ଜେଲର ନିୟମ ଅନ୍ୟ ଦେଶର ଜେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜେଲରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍ ହେବା ଘଟଣା ସାମ୍ନାକୁ ଆସିନାହିଁ । ଅପରାଧୀଙ୍କୁ ଜେଲରୁ ସେତେବେଳେ ମୁକ୍ତି ମିଳିଥାଏ, ଯେତେବେଳେ ସେମାନଙ୍କ ମୃତ୍ୟୁ ହୁଏ । ଜେଲ୍ଟି ପ୍ରାୟ ୧୭୦୦ ବର୍ଷ ପୁରୁଣା । ଜେଲ୍ର କଠୋର ନିୟମାନୁସାରେ, ଏଠାରେ କଏଦୀଙ୍କୁ ରାତି ପାହିବାଠୁ ନେଇ ରାତି ଶୋଇବା ଯାଏଁ ବସିବାକୁ ଦିଆଯାଇ ନ ଥାଏ । ଏଠାରେ କଏଦୀଙ୍କ ବିଶ୍ରାମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜେଲର ଗୋଟିଏ କୋଠରୀରେ ଏକ ସଙ୍ଗେ ୭୦୦ କଏଦୀଙ୍କୁ ରଖାଯାଇଥାଏ । ୨୪ ଘଣ୍ଟା ଜେଲରେ କଏଦୀଙ୍କ ଉପରେ କ୍ୟାମେରା ଦ୍ୱାରା ନଜର୍ ରଖାଯାଏ । କେବଳ ସେତିକି ନୁହେଁ, କଏଦୀଙ୍କୁ ଜେଲ୍ ଭିତରେ ବୁଲାବୁଲି କରିବାକୁ ଦିଆଯାଇଥିବାବେଳେ ସେମାନଙ୍କ ଆଖିରେ କପଡ଼ା ବନ୍ଧା ହେବା ସହ ହାତରେ ହାତକଡ଼ି ପଡ଼ିଥାଏ । କଏଦୀଙ୍କୁ ସବୁବେଳେ ସେଲ୍ ଭିତରେ ଖାଇବାକୁ ଦିଆଯାଏ । ତେବେ ଜେଲ୍ର ଏହି କଡ଼ା ନିୟମ କେବଳ ନୃଶଂସ କଏଦୀଙ୍କ ପାଇଁ ରଖାଯାଇଛି । କାରଣ ଏଠାରେ ସେଭଳି କଏଦୀଙ୍କୁ ରଖାଯାଏ, ଯେଉଁମାନେ ନୃଶଂସ କାଣ୍ଡ ଘଟାଇ ଆସିଥାନ୍ତି । ସେମାନଙ୍କ କର୍ମଫଳ ଅନୁଯାୟୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟା·ରର ସାମ୍ନା କରିବାକୁ ପଡ଼ିଥାଏ ।


