ସାମ୍ବାଦିକଙ୍କ ପିତୃ ବିୟୋଗ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଧାନ ଚୌଧୁରୀଙ୍କ ବାପା ଗୌରଚନ୍ଦ୍ର ଚୌଧୁରୀ (୮୯)ଙ୍କ ବିୟୋଗ ଘଟିଥିବାର ଜଣାପଡିଛି । ସ୍ୱର୍ଗୀୟ ଚୌଧୁରୀ ସୋମବାର ଦିନ ଛାତିରେ ଜନ୍ତ୍ରଣା ଅନୁଭବ କରିଥିଲେ ଏବଂ ମୃତ୍ୟୁବରଣ କରିଥିଲେ । ସ୍ୱର୍ଗୀୟ ଗୌରଚନ୍ଦ୍ର ଚୌଧୁରୀ ଜଣେ ବିଶିଷ୍ଠ ଶିକ୍ଷାବିତ ଭାବେ ଜଣାଶୁଣା ଥିବାବେଳେ ବିଭିନ୍ନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିବାବେଳେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । କର୍ମମୟ ଜୀବନରେ ସେ ବହୁ ସୁନାମ ଅର୍ଜନ କରି ଅବସର ପରେ ବିଭିନ୍ନ ବିଶେଷ କରି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଧିଷ୍ଠ ପୁସ୍ତକମାନର ଲେଖକ ଥିଲେ । ସେ ଲେଖିଥିବା ବିଭିନ୍ନ ପୁସ୍ତକ ମଧ୍ୟରେ ୧୮ଗୋଟି ବହି ବେସ ଖ୍ୟାତି ଅର୍ଜିଥିବା ବେଳେ ଇଂରାଜୀ ବ୍ୟାକରଣ ଅନ୍ୟତମଥିଲା । ତାଙ୍କ ବିୟୋଗ ଖବର ପ୍ରସାରିତ ହେବାପରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ପ୍ରଦୀପ କୁମାର ନାୟକ, ଦ୍ୱିଜେନ ପାଢୀ, ଦେବାଶିଷ ପାଢୀ, ସୀତାକାନ୍ତ ପଣ୍ଡା, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ସୁଜିତ ବିଶୋୟୀ, ଆଦର୍ଶ ଦାସ, ଗିରିଧାରୀ ପରିଚ୍ଛା, ବାସୁଦେବ ଦାସ, ରୂପେଶ ସାହୁ, ରାମଗୋବିନ୍ଦ ଆଚାର୍ଯ୍ୟ, ସରୋଜ ବୀର, ବସନ୍ତ କୁମାର ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଦିଲ୍ଲିପ କୁମାର ଶତପଥି, ବିଜୟ ଗୌଡ, କୃଷ୍ଣ କୁମାର ବେହେରା, ହରିହର ପଟ୍ଟନାୟକ, ଜଗଦୀଶ ପଣ୍ଡା, ବୀର କିଶୋର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ