“ବିଗ୍ବସ୍-୧୩’ର ସବୁଠାରୁ ଦାମୀ ପ୍ରତିଯାଗୀ

“ବିଗ୍ବସ୍ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି । ୨୯ ସେପ୍ଟେମ୍ବରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି । ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯାଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି ।ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍ବସ୍ର ଅଫିସିଆଲ୍ ସାଇଟରେ ଘୋଷଣା କରାଯାଇନାହିଁ । କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍ବସ୍ର ଏହି ସିଜନରେ ଭାଗ ନେଉଛନ୍ତି ବୋଲି ଖବର ମିଳିସାରିଛି । ଏଥିପାଇଁ ରଶ୍ମି ମେକର୍ସଙ୍କଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେବେ । “ଫିଙ୍କଭିଲା’ର ରିପୋର୍ଟ ଅନୁସାରେ ରଶ୍ମି ହେଉଛନ୍ତି, “ବିଗ୍ବସ୍ ୧୩’ର ସବୁଠାରୁ ଦାମୀ ପ୍ରତିଯୋଗୀ । ସେ ପାଖାପାଖି ୧ କୋଟି ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି । ରଶ୍ମିଙ୍କର ଲୋକପ୍ରିୟତାକୁ ଦେଖି ମେକର୍ସ ମଧ୍ୟ ତାଙ୍କ ଡିମାଣ୍ଡରେ ରାଜି ହୋଇଛନ୍ତି । “ବିଗ୍ବସ୍’ ହାଉସକୁ ରଶ୍ମି ତାଙ୍କ ବୟଫ୍ରେଣ୍ଡ ଅରହାନ୍ ଖାନ୍ଙ୍କ ସହିତ ଆସୁଛନ୍ତି ।ଏହା ପୂର୍ବରୁ “ବିଗ୍ବସ୍’ ଘରେ ରଶ୍ମି ବୟଫ୍ରେଣ୍ଡ ଅରହାନ୍ ଖାନ୍ଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା ।”ବିଗ୍ବସ୍ ୧୩’ରେ ଏଥର କିଛି ପରିବର୍ତ୍ତନ କରାଯାଇଛି । ଶୋ’ର ଲାକେସନ୍ ମଧ୍ୟ ପରିବର୍ତ୍ତନ ହୋଇଛି । ପୂର୍ବରୁ “ବିଗ୍ବସ୍୍’ର ସମସ୍ତ ସିଜନ୍ ମୁମ୍ବାଇର ଲାନାୱାଲାରେ ଶୁଟିଂ ହେଉଥିଲା । କିନ୍ତୁ ଏହି ସିଜନକୁ ମୁମ୍ବାଇର ଗୋରେଗାଁଓରେ ଥିବା ଫିଲ୍ମ ସିଟିରେ ଶୁଟ୍ କରାଯିବ ବୋଲି ମେକର୍ସ ନିଷ୍ପତ୍ତି ନେଇଛନ୍ତି । ତେବେ “ବିଗ୍ବସ୍୍’ ହାଉସର ଲାକେସନ୍ ପରିବର୍ତ୍ତନକୁ ସଲମାନ୍ ଖାନ୍ ନାପସନ୍ଦ କରିଛନ୍ତି ବୋଲି ଶୁଣିବାକୁ ମିଳିଛି ।ଆଇଏଏନ୍ଏସକୁ ଦେଇଥିବା ଇଣ୍ଟରଭ୍ୟୁରେ ସଲମାନ୍ କହିଛନ୍ତି, “ବିଗ୍ବସ୍୍ ରିୟାଲିଟି ଶୋ’ ପାଇଁ ଫିଲ୍ମ ସିଟି ଠିକ୍ ସ୍ଥାନ ନୁହେଁ । ସେଠାରେ ସେଟ୍ ଲଗାଗଲେ ଯିବାଆସିବାରେ ସମୟ ବଞ୍ଚିବ ସତ କିନ୍ତୁ ଅଧିକ ଟ୍ରାଫିକର ସାମ୍ନା କରିବାକୁ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ