ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ବଡ଼ ପଦକ୍ଷେପ
ଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ କରାଯାଇଛି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଧୀରେ ଧୀରେ ସ୍ୱଦେଶୀ ଜ୍ଞାନ କୌଶଳର ମହତ୍ୱ ବଢ଼ୁଛି । ଇଣ୍ଡିଆନ ଅଏଲ ଗବେଷଣା ଏବଂ ବିକାଶ (ଆର ଏବଂ ଡ଼ି) ପକ୍ଷରୁ ନୂଆ ଜ୍ଞାନକୌଶଳର ବିକଶିତ କରାଯାଇ ଦେଶର ଏହି ସର୍ବକୃଷ୍ଟ ତୈଳ ଆଜି ଠାରୁ ବଜାରରେ ବିକ୍ରି କରାଯିବାର କାମ ଆରମ୍ଭ ହେବା ଗର୍ବର ବିଷୟ । ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ଇଣ୍ଡିଆନ ଅଏଲର ଏହି ପଦକ୍ଷେପକୁ ପ୍ରଂଶସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁଣେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି ତୈଳକୁ ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଚି ଏବଂ କଲିକତା ସହରରେ ଉପଲବ୍ଧ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉର୍ଜା ଦୃଷ୍ଟିକୋଣରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ପଦକ୍ଷେପ । ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେବା ଉଭୟ ଦେଶ ଏବଂ ଦେଶବାସୀଙ୍କୁ ଲାଭ ଦେଇଛି । ବଜାରରେ ଉତ୍ତମ ମାନର ତୈଳ ଇନ୍ଧନ ଆଣିବା ଭାରତ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏହି ଶୃଙ୍ଖଳାରେ ପୂର୍ବରୁ ୩୦ ହଜାର କୋଟି ବ୍ୟୟରେ ଦେଶରେ ବିଏସ-୬ ଭଳି କ୍ୱାଲିଟି ଇନ୍ଧନକୁ ଉପଲବ୍ଧ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ