ଜଙ୍ଗଲ ନାଁରେ ଜଙ୍ଗଲୀ ବାବୁଙ୍କ ଲୁଟ୍
ଘଟଗାଁ, (ନାରାୟଣ ପଲାଇ):ବର୍ତମାନ ସମୟରେ ସାରା ବିଶ୍ୱ ବିଗୁଡୁଥିବା ପାଣିପାଗକୁ ନେଇ ଚିନ୍ତିତ , ଏଥିପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶ କୁତ୍ରିମ ଜଙ୍ଗଲ ସୃଷ୍ଟି କରିବା ସହ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଆମ ଦେଶରେ ମଧ୍ୟ ସରକାର ପ୍ରତିବର୍ଷ ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଜଙ୍ଗଲ ସୃଷ୍ଟିର ଦାୟୁତ୍ୱ ନେଉଥିବା ଅଧିକାରୀ ମାନେ ଅନେକ ସମୟରେ ସରକାରୀ ଅର୍ଥର୍କୁ ଚଚଂକତା କରି ଅତ୍ମସାତ କରୁଥିବା ଦେଖାଯାଉଛି । ତେବେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ବନାଚଂଳରେ ମଧ୍ୟ କିପରି ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଛି ତାର ପ୍ରମାଣ ଲାଗିଛି ଆମ ହାତରେ । ଘଟଗାଁ ବନବିଭାଗର କିଛି ଅସାଧୁ କର୍ମଚାରୀ କାଗଜ ପତ୍ରରେ ହେରଫେର କରି ଗଏଘଜଏଇ(ମନରେଗା) ଯୋଜନାରେ ହୋଇଥିବା ପଥ ପାଶ୍ୱର୍ ବୃକ୍ଷରୋପଣ କାର୍ଯ୍ୟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବାର ପ୍ରମ଼ାଣ ଆମେ ପାଇବା ପରେ ଏବେ ବିଭାଗିୟ ଅଧିକାରୀ ମାନେ ନିଜ ଉପରୁ ଦୋଷ ଛଡାଇବାରେ ଲାଗି ପଡିଛନ୍ତି। ସମ୍ପୁର୍ଣ୍ଣ ଖବର ଅନୁସାରେ ଗତ ୨୦୧୯-୨୦ ଆର୍ଥର୍ୀକ ବର୍ଷରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ବନାଚଂଳ ଅଧିନରେ ଥିବା ପୋଇଯାମୁଡା ଛକ ଠାରୁ ମେଲାଣ ପର୍ଯ୍ୟନ୍ତ ୧୦କିମି ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ପାଇଁ ସରକାର ୧୦,୨୪, ୬୩୦ ଟଙ୍କା ଅନୁମୋଦନ କରିଥିଲେ ଓ ଘଟଗାଁ ବନବିଭାଗ କାମ ଆରମ୍ଭ କରିବା ସହ ସେହି ଆର୍ôଥକ ବର୍ଷରେ ମୋଟ ୯,୯୮,୭୫୨ଟଙ୍କା ଖର୍ଚ୍ଚ କରି ୨୫୦୦ ଗଛ ଲଗାଇଥିବା ଓ ପୁଣି ୨୦୨୦-୨୧ ବର୍ଷରେ ରକ୍ଷଣାବେକ୍ଷଣ ବାବଦକୁ ୨୧୫,୩୧୬ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଇଛି । ତେବେ ଏହି କାମରେ ବ୍ୟାପକ ଜାଲିଆତି ହୋଇଥିବାର ଦସ୍ତାବିଜ ଆମେ ବିଶେଷ ସୂତ୍ରରୁ ପାଇଥିଲୁ । ତେବେ ପ୍ରଥମେ ଏହି କାର୍ଯ୍ୟରେ ଜିନିଷ କିଣା ବାବଦକୁ ମୋଟ ୭୫୨,୮୪୮ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିନିଷ କିଣିବା ସମୟରେ କୌଣସି କୋଟେସନ୍ /ଟେଣ୍ଡର କିମ୍ବା ଜିଲ୍ଲା ପରଚେଜ୍ କମିଟିର ଅନୁମୋଦନକୁ ଗ୍ରହଣ କରିନଥିବା ଜଣାପଡିଛି । ୨-କାଗଜ ପତ୍ରରେ ୨୫୦୦ ଗଛ ଲାଗିଥିବା ବେଳେ ପ୍ରକୃତ ପକ୍ଷେ ବର୍ତମାନ ସମୟରେ ୧୫୦୦ରୁ କମ ଗଛ ରାସ୍ତା ପଶ୍ୱର୍ରେ ଥିବା ଦେଖିବାକୁ ମିଳୁଛି ଓ ପ୍ରମାଣିତ ହେଉଛିକି ୧୦୦୦ ଗଛ ପାଇଁ ବ୍ୟୟ ବରାଦ ହୋଇଥିବା(ପାଖାପାଖି ୫ଲକ୍ଷ ଟଙ୍କା) ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ ହରିଲୁଟ କରିଛନ୍ତି । ୩- ଲକ୍ଷଣ ପ୍ରଧାନ ନାମକ ଜଣେ ନିର୍ଦ୍ଦୀଷ୍ଟ ଭେଣ୍ଡର ଠାରୁ ବନ ବିଭାଗର ଅଧିକାରୀ ମାନେ ବୃକ୍ଷରୋପଣରେ ଦରକାର ପଡୁଥିବା ପାଣି, ଗୋବର ,ସାର, ବାଉଁସ, ଲୁହାତାର ଆଦି ସବୁ ପ୍ରକାରର ଜିନିଷକୁ ବଜାର ମୁଲ୍ୟ ଠାରୁ ବହୁତ ଅଧିକ ଦାମରେ କିଣିଥିବାର ଦସ୍ତାବିଜ ଭେଣ୍ଡର ଓ ବନକର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି । ଯେମିତିକି ଗଛ ଗୁଡିକର ସୁରକ୍ଷା ପାଇଁ ବାଉଁସ ବାଡି ଦିଆଯିବା କଥା କିନ୍ତୁ ଅଧାରୁ ଅଧିକ ସ୍ଥାନରେ ବାଉଁସ ଜାଗାରେ ବିନାମୁଲ୍ୟରେ ଜଙ୍ଗଲି କାଠ ବାଡିର ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ୪-ବନବିଭାଗ କାଗଜ ପତ୍ରରେ ଏହି ବୃକ୍ଷରୋପଣରେ ୧୮, ୭୫୦ ଟଙ୍କାର ଗୋବର ଖତ ବ୍ୟବହାର କରିଥିବା ଓ ଗଛ ଗୁଡିକୁ ପାଣି ଦେବା ବାବଦରେ ତିନୋଟି ପର୍ଯ୍ୟାୟରେ ୭୬, ୮୭୫ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଥିବା ବେଳେ ପ୍ରକୃତ ପକ୍ଷେ ସେଠାରେ କେବେବି ଗୋବର ଖତ ଦିଆଯାଇ ନାହିଁ ଏବଂ ମାତ୍ର ଥରେ ଦୁଇଥର ପାଣି ଦିଆଯାଇଥିବା ଗ୍ରାମବାସୀ ମାନେ ଆମ କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭେଣ୍ଡର ମହାଶୟ କ୍ୟାମେରା ସାମ୍ନାରେ କହିବାକୁ ନାରାଜ୍ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ହେବା ଯୋଗୁଁ ଆଦୌ ଗଛ ଗୁଡିକରେ ପାଣି ଓ ଗୋବର ଖତ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି ଯାହାକୁ ଆମେ ଆମ ଷ୍ଟିଙ୍ଗ୍ କ୍ୟାମେରାରେ କଏଦ କରିଛୁ । ୫-ଏମିତିକି ଶ୍ରମିକ ମାନଙ୍କ ଜବ୍ କାର୍ଡକୁ କଲେକସନ କରି ମିଛ ମଷ୍ଟରୋଲ ପ୍ରସ୍ତୁତ କରିବା ସହ ଉକ୍ତ ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ଯାଉଥିବା ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ଠାରୁ ନେଇଯାଉଥିବା ଶ୍ରମିକ ମାନେ ସ୍ୱିକାର କରିଛନ୍ତି । ଏମିତିକି ବର୍ତମାନ ଦାୟୁତ୍ୱରେ ଥିବା ବନପାଳ ସବୁ ଦୋଷ ପୁର୍ବରୁ ଥିବା ବନପାଳଙ୍କ ଉପରେ ଲଦିଦେଇଛନ୍ତି ଓ ସେ କିଛି ନଜାଣି ଦସ୍ତଖତ କରିଥିବା କହିଛନ୍ତି ଯାହା ଆମ ଷ୍ଟିଙ୍ଗ କ୍ୟାମେରାରେ କଏଦ ହୋଇଛି । ଅନ୍ୟ ପକ୍ଷରେ ଘଟଗାଁ ବନାଂଚଳ ଅଧିକାରୀ ପନ୍ଦର ଦିନ ହେବ ଦାୟୁତ୍ୱ ନେଇଥିବାରୁ କିଛି ଜାଣିନଥିବା କହିବା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଗଛ ଉପାଡି ଦିଅନ୍ତି ଓ ଏଠି ମଧ୍ୟ ସେମିତି ହୋଇଥିବ କହିବା ସହ ଚିରାଚରିତ ଢଙ୍ଗରେ ତଦନ୍ତ କରିବେ ବୋଲି କହିଛନ୍ତି । ତେବେ ଜଙ୍ଗଲ ସୃଷ୍ଟି ନାଁରେ ଏମିତି ଅର୍ଥ ହଡପ କରି ପର୍ବରୁ ବହୁ ଅଧିକାରୀ ଦଣ୍ଡିତ ହୋଇଥିବା ବେଳେ ଘଟଗାଁ ବନାଂଚଳରେ ହୋଇଥିବା ଏହି ଦୁର୍ନିତି ଏବେ ଜିଲ୍ଲାରେ ହୋଇଥିବା ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରା ଗଲେ ବନବିଭାଗର ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।


