ହାତୀ ପଲଙ୍କ ଉପଦ୍ରବ, ଚାଷୀଙ୍କ ଫସଲ ନଷ୍ଟ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଚାଷୀଙ୍କୁ ଧାନ ଅମଳ ଚିନ୍ତା ଘାରିଛି | ହାତୀର ଉପଦ୍ରବ ଯୋଗୁ ଫଳରେ ଚାଷୀମାନେ ତରତର ହୋଇ ଧାନ କାଟି ଗଦା କରିବାରେ ଲାଗିଛନ୍ତି | ଗଂଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ର୍ରେଇଞ୍ଜି ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ର ପ୍ରତାପଗିରି, କେଶପୁର, ଏସ.ଗୋପାଳପୁର, ରଘୁନାଥ ପୁର, ଜୀଉରା, ଉତ୍ତମା ଅଞ୍ଚଳରେ ବାର ଟିକିଆ ହାତୀ ପାଲା ଫସଲ ନଷ୍ଟ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି | ଏ ନେଇ ଅଞ୍ଚଳବାସି ଅଭିଯୋଗ କରିଛନ୍ତି | ପାହଟ ମଧ୍ୟରେ ଦିନରେ ରହି ସନ୍ଧ୍ୟା ହେଲେ ପାହାଡ ତଳକୁ ଆସି ଧାନ ଫସଲ ଖାଇବା ସହ ତାକୁ ଦଳି ଚକୁଡି ନଷ୍ଟ କରିବା ସହ ବିଲରେ ଲଗାଯାଇଥିବା ପରିବାକୁ ମଧ୍ୟ ଖାଇ ଦେଉଛନ୍ତି | ହାତୀ ଉପଦ୍ରବ ଯୋଗୁ ଲୋକମାନେ ଧାନ କାଟି ଆଣିବାକୁ ଭୟ ମନେ କରୁଛନ୍ତି | ବନ ବିଭାଗ ନିଜ ପକ୍ଷରୁ ହାତୀ ପଲଙ୍କ ଉପରେ ନଜର ରଖାଯାଇଛି | ଏବଂ ପାହାଡ଼ ଚାରି ପାଖରେ ବନ କର୍ମଚାରୀ ଘେରାଉ କରି ରହିଛନ୍ତି | ଏନେଇ ଦିଗପହଣ୍ଡି ରେଞ୍ଜର କାଁହୁ ଚରଣ ପଟ୍ଟନାୟକ କହିଛନ୍ତି | ଘୁମୁସର ବନ ଖଣ୍ଡରୁ ଏମିତି ପ୍ରତିବର୍ଷ ପ୍ରାୟ ହାତୀ ମନେ ଆସି କିଛି ମାସ ରହି ପୁଣି ଚାଲିଯାନ୍ତି | ଏନେଇ ବନ ବିଭାଗ ତରଫରୁ ପାହାଡ ନିକଟରେ ବାସ କରୁଥିବା ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ସୂଚନା ଦିଆଯାଇଛି | ତେବେ ବନ ବିଭାଗ କେବଳ ହାତୀ ଘଉଡାଇବା ଏବଂ ଫସଲ କ୍ଷତି ହେଲେ ତାହାର କ୍ଷତି ପୂରଣ ଦେବାରେ ହିଁ ସୀମିତ ରହିଯାଉଛି | ହାତୀର ସୁରକ୍ଷା ପାଇଁ ଯଦି ଜଙ୍ଗଲ ସୃଷ୍ଟି ହୋଇପାରନ୍ତା, ସେମାଙ୍କ ପାଇଁ ପାଣିର ବ୍ୟବସ୍ଥା ହୋଇପାରନ୍ତା, ଏବଂ ଜଙ୍ଗଲରେ ନିଆଁ ଲଗାଇବାକୁ ବାରଣ କରାଯାଇପାରିଲେ ପଶୁ ଜନ୍ତୁ ଜଣ ବସତି ମୁହାଁ ହେବାରୁ ବଞ୍ଚିତ ହେବେ | ଏବଂ ଚାଷୀ ଉପକୃତ ହେବାସହ ଲୋକମାନେ ବିଦ୍ୟୁତ୍ କାଟ ରୁ ବଞ୍ଚିତ ହେବେ |


