ଖାଇବା ପରେ କରନ୍ତୁ ବଜ୍ରାସନ

ବଜ୍ରାସନ ଶବ୍ଦର ସୃଷ୍ଟି ଦୁଇଟି ଶବ୍ଦ ବଜ୍ର ଯାହାର ଅର୍ଥ ଡାଇମଣ୍ଡ ଏବଂ ଆସନର ଅର୍ଥ ବସିବା । ଏହି ଆସନକୁ ଡାଇମଣ୍ଡ ପୋଜ ମଧ୍ୟ କୁହାଯାଏ । ଏହି ଆସନରେ ବସି କ୍ରିୟା, ଯୋଗ, ପ୍ରାଣାୟାମ ମଧ୍ୟ କରାଯାଏ । ଅନ୍ୟ ଯୋଗାସନକୁ କେବଳ ଖାଲି ପେଟରେ କରିବାର ନିୟମ ଥିବାବେଳେ ଏହା କିପରି ଏକ ଆସନ ଯାହାକୁ ଖାଇବା ପରେ ମଧ୍ୟ କରାଯାଏ । ଏହି ଆସନ କେବଳ ଆପଣଙ୍କର ଓଜନ ହ୍ରାସ କରେ ନାହିଁ ଶରୀରର ଅନେକ ସମସ୍ୟା ମଧ୍ୟ ସହଜରେ ଦୂର କରେ । ଆସନ୍ତୁ ପ୍ରତିଦିନ ଏହି ଆସନରେ କିଛି ମିନିଟ୍ ବସିବା ଦ୍ୱାରା କେଉଁ ପ୍ରକାର ସ୍ୱାସ୍ଥ୍ୟଗତ ଉନ୍ନତି ହୁଏ ତାହା ଜାଣିବା ।
କିପରି କରିବେ: ପ୍ରଥମ ଆସନ ଉପରେ ଆଣ୍ଠେଇଲା ପରି ବସନ୍ତୁ । ତା ପରେ ଦୁଇ ପାଦକୁ ପକ୍କା ସହ ସମତଳ କରି ରଖନ୍ତୁ, ଯେପରି ଦୁଇ ପାଦ ଗୋଇଠି ଉପରେ ନିତମ୍ବ ରହିବ । ଦୁଇ ପାପୁଲିକୁ ଜଙ୍ଘ ଉପରେ ଚିତ୍ରରେ ଦେଖାଯାଉଥିବା ଭଳି ରଖନ୍ତୁ ।
ସମୟ: ଆରମ୍ଭରେ ଏକରୁ ଦୁଇ ମିନିଟ ଏପରି ବସନ୍ତୁ । ଧୀରେ ଧୀରେ ସମୟର ସୀମା ବଢ଼ାଇବେ । ଏହି ଆସନରେ ଜଣେ ଅଧଘଣ୍ଟା ପର୍ଯ୍ୟନ୍ତ ବସିପାରିବେ । ଏହି ଆସନ ପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ ।
ଲାଭ: ଖାଦ୍ୟ ହଜମ ହୁଏ ।
ନିତମ୍ବର ମାଂସପେଶୀ କମାଏ ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।
କିଛି ସମୟ ଏହି ଆସନରେ ବସିଲେ ମାନସିକ ସ୍ତରରେ ଶାନ୍ତି ଆସିବା ସହ ଆଧ୍ୟାତ୍ମିକ ଦିଗକୁ ମନ ବଳାଏ ।
ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହେବା ସହ ପରିଶ୍ରା ସମସ୍ୟା ଦୂର ହୁଏ ।
ଗଣ୍ଠିଜନିତ (ଆର୍ଥାଇଟସ୍) ସମସ୍ୟା ଥିଲେ ଏହି ଆସନ ପେନକିଲ୍ର ଭାବେ କାମ କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ