କନ୍ଧମାଳ ଜିଲ୍ଲା ସ୍ତରୀୟ  ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲାର ଫୁଲବାଣୀର ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ୫୮ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଏସ.ପି ବିପିନ ବିହାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟ ଅତିଥି ଭାବେ ଡିଏସପି ସୂର୍ଯ୍ୟ କାନ୍ତ ରାୟ, ତ୍ରିପତି ଚୌଧୁରୀ, ରିଜର୍ଭ ଆର୍‌ ଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ଗୃହରକ୍ଷୀମାନେ ହିଁ ବିଭିନ୍ନ ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି । ଏଥି ସହିତ ପ୍ରତି ଛକରେ ପୋଲିସ ମାନଙ୍କ ସହ ସହଯୋଗ କରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ବୋଲି କହିବା ସହ ସେମାନଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ