୮ତାରିଖ ଭାରତ ବନ୍ଦକୁ ସଫଳ କରିବାକୁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୃଷି କୃଷକ ତଥା ଜନବିରୋଧୀ ୩ଟି କୃଷି ସଂଶୋଧନ ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ସର୍ବ ଭାରତୀୟ କୃଷକ ସମନ୍ୱୟ ସଙ୍ଘର୍ଷ ସମିତି ଦ୍ୱାରା ଡିସେମ୍ବର ୮ତାରିଖରେ ଦିଆଯାଇଥିବା “ଭାରତ ବନ୍ଦ”ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦକୁ ସଫଳ ରୂପେ ସଂଗଠିତ କରିବା ନିମନ୍ତେ ବିଭିନ୍ନ ସର୍ବ ଭାରତୀୟ ସଂଗଠନର ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ସଭା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ କୁମାର ଦାସ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ବାବାଜୀ ଧଳ, ଆଦିକନ୍ଦ ରାଉଳ, ଓଡିଶା କୃଷକ ସଭା ପକ୍ଷରୁ ଗୟାଧର ଧଳ, ଜଗଜ୍ଜୀବନ ଦାଶ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିନ୍ଦ୍ର ମହାପାତ୍ର, ଦୋଳଗୋବିନ୍ଦ ସାହୁ, ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଫକିର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, କୁବେର ସାହୁ, ସତ୍ୟନାରାୟଣ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶିଳ୍ପ ବିହୀନ କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର କୃଷକମାନଙ୍କର ଜୀବନଜୀବିକାର ସୁରକ୍ଷା ସହିତ ଲଗାମହୀନ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ୮ତାରିଖ ବନ୍ଦକୁ ସଂପୂର୍ଣ୍ଣ ରୂପେ ସଫଳ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ । ଶେଷରେ ଏହି ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇ ସଫଳ କରିବା ନିମନ୍ତେ ଜିଲ୍ଲାବାସୀ ଭାଇଭଉଣୀମାନଙ୍କୁ ନିବେଦନ କରାଯାଇ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଦୟାନିଧି ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବସନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ