ଜରିପାଳ ତଳେ ବୃଦ୍ଧାଙ୍କ ଜୀବନ ; ସରକାରୀ ଯୋଜନା ସାତ ସପନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମପଂଚାୟତ ଅନ୍ତର୍ଗତ ଗୁଜୁରାଳି ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ସରସ୍ବତୀ ଡାକୁଆ ବା ସମସ୍ତ ଙ୍କ ପ୍ରିୟ ସାରସ ମାଆ। ନା ଅଛନ୍ତି ସ୍ୱାମୀ ନା ଅଛନ୍ତି ପିଲା ଛୁଆ। ସ୍ୱାମୀ କେଉଁ ଆଡେ ଦୀର୍ଘ ବର୍ଷ ହେବ ଚାଲି ଯାଇଥିବା ବେଳେ ସମସ୍ତଙ୍କୁ ହରାଇ ଭଗବାନ ଭରସା ରେ ଜରିପାଲ ତଳେ ପଡିରହିଛନ୍ତି। ପେଟକୁ ଦୁଇଓଳା ଦି’ମୁଠା ଯୋଗାଡିବା ତାଙ୍କ ପକ୍ଷରେ କଷ୍ଟକର। ପେଟକଷ୍ଟ କୁ ତେଣେ ଭଙ୍ଗାକୁଡ଼ିଆ ର ଦୁଃଖ ପାଖରୁ ନ ଦେଖିଲେ ସତ୍ୟତା ଉପଲବ୍ଧ କରି ହେବନି। ମାତ୍ର ଏପରି ଜଣେ ବୃଦ୍ଧାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ମାତ୍ର ୫ କେଜି ରାସନ ମିଳୁଥିବା ବେଳେ ଘର ଖଣ୍ଡିଏ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସାରସ ମାଆ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ସବୁଠି ନେହୁରା ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଛି। ବ୍ଳକ ପ୍ରଶାସନର ଆନ୍ତ୍ରରିକତାର ଅଭାବ ଯୋଗୁଁ ଏବେ ବି ସେ ଭଙ୍ଗାକୁଡ଼ିଆ ଘରେ ପଡ଼ି ରହିଛନ୍ତି ସାରସ ମାଆ। ଏ ନେଇ ସାରସ ମାଆ କହିଛନ୍ତି ପକା ଘର ଓ ବାର୍ଦ୍ଧକ୍ୟ ଭତ୍ତା ମୋ ଭଳି ଅସହାୟ ଙ୍କ ପାଇଁ ସାତ ସପନ । ବାରମ୍ବାର ସରପଞ୍ଚ ଓ ବ୍ଳକ ପ୍ରଶାସନ ନିକଟରେ ନେହୁରା ହେଲେ ମଧ୍ୟ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ। ଫଳରେ ଭାଗ୍ୟକୁ ଆଦରି ନେଇ ଏ ଭଙ୍ଗାକୁଡ଼ିଆରେ ହିଁ ଜୀବନ କାଟୁଛି। ଏ ନେଇ ବାରୁଡା ସରପଞ୍ଚ ହର ପ୍ରସାଦ ଗୌଡ଼ କହିଛନ୍ତି ସେ ବିରୋଧୀ ଦଳର ନିର୍ବାଚିତ ସଦସ୍ୟ ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କର କୌଣସି କାମ ବ୍ଳକ ପ୍ରଶାସନ ପକ୍ଷରୁ କରାଯାଉନାହିଁ। ସେ ନିର୍ବାଚିତ ହେବା ପରେ ଉକ୍ତ ମହିଳା ଙ୍କ ନିମନ୍ତେ ଭତ୍ତା ଓ ଘର ଟିଏ କରାଇବା ପାଇଁ ବହୁବାର ବ୍ଳକରେ ଚେଷ୍ଟା କରିଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ତାହା ହୋଇପାରୁନି। ଏପରିକି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଉକ୍ତ ସମସ୍ୟା କୁ ପକାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ହେଲେ ଏଠାରେ ସାଧାରଣ ରେ ପ୍ରଶ୍ନ ଉଠୁଛି ଗରିବ ଅସହାୟ ଙ୍କ ପାଇଁ ମାଳ ମାଳ ଯୋଜନା କାହା ପାଇଁ ? ସରପଞ୍ଚ ଙ୍କ ପ୍ରଚେଷ୍ଟା ସ୍ୱତେ କାହା ଚାପ ରେ ପ୍ରଶାସନ କରି ପାରୁନି ସହଯୋଗ ? ଆମ ଗାଁ ଆମ ବିକାଶର କଥା କହୁଥିବା ସରକାରଙ୍କ ଏହା କଣ ପ୍ରକୃତ ବିକାଶ ? ରାଜ୍ୟରେ ୫ଟି ଜରିଆରେ ବିକାଶର କଥା କହୁଥିବା ସରକାର ଙ୍କ ବିକାଶର ବାସ୍ତବ ଚିତ୍ର ତାହା ଏହି ସାରସ ମାଆଙ୍କ ସମସ୍ୟା ରୁ ସ୍ୱଷ୍ଟ ଅନୁମୟ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜନୀତିର ଏହି ଚକପଞ୍ଚା ମଧ୍ୟ କେବେ ହାତ ବଢାଇବା ନିଘୋଡ଼ ନିଦ୍ରାରେ ଶୋଇରହିଥିବା ପ୍ରଶାସନ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ