ନୂତନ ଜେଏମ୍ଏଫ୍ସି କୋଠା ପରିଦର୍ଶନ କଲେ ଜିଲ୍ଲାପାଳ, ଜିଲ୍ଲା ଦୌରାଜଜ୍, ଆରକ୍ଷୀ ଅଧିକ୍ଷକ ପ୍ରମୁଖ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମଆ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ନୂତନ କୋଠାକୁ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାଶ, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ମୋହନା ଜେଏମ୍ଏଫ୍ସିର ଭାର ପ୍ରାପ୍ତ ବିଚାରପତି ବନିଲ କୁମାର ଖଟେଇ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଆର୍.ଉଦୟଗିରି ତହସିଲଦାର ପ୍ରମୁଖ ଉଦ୍ଘାଟନ ହେବାକୁ ଥିବା ନିର୍ମିତ କୋଠାକୁ ବୁଲି ଦେଖିଥିଲେ । ଅନ୍ୟାନ୍ୟ କାମ ଗୁଡିକୁ ଦେଖି ଖୁସିବ୍ୟକ୍ତ କରିଥିଲେ ଏବଂ ଉଦ୍ଘାଟନ ଉତ୍ସବର ପୂର୍ବ ପ୍ରସ୍ତୁତି, ଅଦାଲତର ଭିତର ଏବଂ ବାହର ପରିବେଶ ପରିଷ୍କାର ପରିଛନ୍ନତା, ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରିଥିଲେ । ଅଧିକାରୀମାନଙ୍କ ପରିଦର୍ଶନ ସମୟରେ ଓକିଲ ସଂଘ ସଭାପତି ସୀମାଞ୍ଚଳ କାର୍ଯୀ, ପୂର୍ବତନ ସଭାପତି ରବୀନ୍ଦ୍ର କୁମାର ନାୟକ, ବରିଷ୍ଠ ଓକିଲ ରାଜେନ୍ଦ୍ର କୁମାର ନାୟକ, ଜିତେନ୍ଦ୍ର କୁମାର ରଥ, ବିଳାସ ନାୟକ, ଦୁର୍ଯ୍ୟୋଧନ କରାଡ, ପଦ୍ମନାଭ ପତି, ଶୁସାନ୍ତ କୁମାର ମଲ୍ଲିକ, ପ୍ରଭାତ ପାତ୍ର ଏବଂ ସରକାରୀ ଓକିଲ ବୈଦ୍ୟନାଥ ସିଂ, କୋର୍ଟ ନାଜିର ସୁନିଲ ପାତ୍ର, ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।


