ଗଜପତିରେ ମିକ୍ସୋପଥି ଅସ୍ତ୍ରୋପ୍ରଚାରକୁ ବିରୋଧ କରି ଆଇଏମ୍‌ଏ ଡାକ୍ତରଙ୍କ ପ୍ରତିବାଦ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ଆହ୍ୱାନରେ ଗଜପତି ଜିଲ୍ଲା ଶାଖା ତରଫରୁ ମିକ୍ସୋପଥି ଅସ୍ତ୍ରୋପ୍ରଚାରକୁ ବିରୋଧ କରି ସମସ୍ତ ଡାକ୍ତର ଆଜି ପ୍ରତିବାଦ ଜଣାଇଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜ ପ୍ରସାଦ ସମ୍ମୁଖରେ ଗଜପତି ଜିଲ୍ଲା ଶାଖା ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଏ)ର ସମସ୍ତ ଡାକ୍ତର ଏକତ୍ରିତ ହୋଇ ଏହାର ପ୍ରତିବାଦ ଜଣାଇ କହିଛନ୍ତି ଯେ ସରକାର ହୋମିଓପଥିକ, ଆୟୁର୍ବେଦିକ (ମିକ୍ସୋପଥି) ଡାକ୍ତର ମାନଙ୍କୁ ଅସ୍ତ୍ରୋପ୍ରଚାର କରିପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି । ଆଇଏମ୍‌ଏ ଡାକ୍ତରମାନଙ୍କ ଭଳି ଏହି ଡାକ୍ତରମାନେ ଅଭିଜ୍ଞପୂର୍ଣ୍ଣ ନୁହଁନ୍ତି କିମ୍ବା ଆମଭଳି ଏମାନେ ବର୍ଷ ବର୍ଷ ସଂଖ୍ୟା ଧରି ଡାକ୍ତରୀ ବିଦ୍ୟା ଅର୍ଜନ ସହ ଅସ୍ତ୍ରୋପ୍ରଚାରରେ କୌଣସି ତାଲିମ ପାଇନାହାନ୍ତି । ଏମାନଙ୍କ ଦ୍ୱାରା ଅସ୍ତ୍ରୋପ୍ରଚାର କରାଗଲେ ରୋଗୀମାନେ ବିପଦମୁଖରେ ପଡିବେ । ଯଦ୍ୱାରାକି ସମ୍ପୂର୍ଣ୍ଣ ଭାବେ ରୋଗୀ ସେବୀ ବିପର୍ଯ୍ୟସ୍ତ ହେବା ନିଶ୍ଚିତ । ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି ସମୂହ ରୋଗୀଙ୍କୁ ଉପଯୁକ୍ତ ସେବା ପାଇଁ ଏଭଳି ଡାକ୍ତର ମାନଙ୍କୁ ଅସ୍ତ୍ରୋପ୍ରଚାର କରିବା ଆଦି କ୍ଷମତା ପ୍ରଦାନ କରିବା ନେଇ ପୁନଃବିଚାର କରନ୍ତୁ ବୋଲି ଏହି ଡାକ୍ତର ସଂଘ ତରଫରୁ ଦାବୀ କରାଯାଇଛି । ଏମାନେ ଆହୁରି କହିଛନ୍ତି ଯେ ଏହି ବିପଦଜନକ ଡାକ୍ତରୀ ପଦ୍ଧତ୍ତି ଜନିତ ସେବାକୁ ସରକାର ବନ୍ଦ ନକଲେ ଆଗାମୀ ଦିନରେ ସମସ୍ତ ଘରୋଇ ଓ ସରକାରୀ ଡାକ୍ତର ମିଳିତ ଭାବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଗଜପତି ଜିଲ୍ଲା ଆଇଏମ୍‌ଏ ସଂଘର ସଭାପତି ଡାକ୍ତର ପ୍ରଦୀପ କୁମାର ଏବଂ ସମ୍ପାଦକ ଡାକ୍ତର ଆର୍‌.ଆର୍‌. ରବିଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ