ଜି.ଉଦୟଗିରିରେ କୃଷି ଆଇନ ପ୍ରତ୍ୟାହାର ନାରା ଦେଲା କଂଗ୍ରେସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଲକରେ ପଡିଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ଶାନ୍ତିପୂର୍ଣ୍ଣ ଥିବାବେଳେ ଏହା ଯୋଗୁ ଯାନବାହନ ଚଳାଚଳ, ଦୋକାନ ବଜାର, ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ସଂଗଠନ ସମେତ କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରିବା ସହ ସହର ସାରା ବାଇକ ରାଲି କରାଯାଇଛି।ଜି.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ଫିରୋଜ ଦିଗାଳ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ସହ କଡା ଭାଷାରେ ନିନ୍ଦା କରି ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା କୃଷକମାନଙ୍କ ପାଇଁ ଅଣାଯାଇଥିବା ତିନୋଟି କଳା ଆଇନକୁ ବିରୋଧ କରି ଆଜି ଜି.ଉଦୟଗିରି କଂଗ୍ରେସ ପକ୍ଷରୁ କୃଷକ ସଂଗଠନକୁ ସମର୍ଥନ ଜଣାଇ ବନ୍ଦ ଡାକରା ଦିଆଯାଇଛି ବୋଲି କର୍ମୀମାନେ କହିଛନ୍ତି। ବ୍ଲକ କଂଗ୍ରେସ ସଭାପତି ଫିରୋଜ ଦିଗାଳ, ନଗର କଂଗ୍ରେସ ସଭାପତି ଏନ.ରାଜୁ ରାଓ, ଯାକେଶ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସହରର ସବୁ ଛକରେ ବ୍ୟାପକ ପୁଲିସ ମୁତୟନ ସହ କଡ଼ା ପାଟ୍ରୋଲିଂ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ