ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ନଷ୍ଟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସଦର ଦକ୍ଷିଣବାଡ଼ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଚାରି ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଗ୍ରାମର ଉପେନ୍ଦ୍ର କୁମାର ଜେନାଙ୍କ ଗୁହାଳ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ତିନି ବଖରା ବାସ ଗୃହକୁ ବ୍ୟାପି ଯିବାରୁ ସମସ୍ତ ଘର ପୋଡି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ସ୍ଥାନୀୟ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ମିନତୀ ଜେନା ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଏଥିରେ ଘରର ଆସବାବପତ୍ର ସହ ଅନ୍ୟାନ୍ୟ ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ