ଶୋଇଲେ ଧନ ବଢ଼େ
ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ । କୁହାଯାଏ ୬ ରୁ ୮ ଘଣ୍ଟା ଶୋଇବା ଜରୁରୀ । କିନ୍ତୁ ଜାଣିଛନ୍ତି କି ଶୋଇଲେ ଧନ ବଢ଼େ । ଖାଲି ଧନ ବଢ଼ିବ ନାହିଁ ଆପଣ ଏପରି ଜିନିଷ ପାଇପାରିବେ ଯାହା ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ । ତେବେ ଆପଣଙ୍କୁ ଏସବୁ ପାଇବାକୁ ହେଲେ ଶୋଇବା ସମୟରେ ବାସ୍ତୁଶାସ୍ତ୍ରର କିଛି ନିୟମକୁ ମାନିବା ଦରକାର ।
ବାସ୍ତୁଶାସ୍ତ୍ର ଅନୁସାରେ ଗୋଡ଼ ପୂର୍ବ ଦିଗରେ ରଖି ଶୋଇଲେ ଭାଗ୍ୟ ସବୁବେଳେ ଆପଣଙ୍କ ସାଥିରେ ରହିବ । ନାମ ଓ ଯଶର ଅଧିକାରୀ ହେବେ ।
ଯଦି ଆପଣ ଉତ୍ତର ଦିଗକୁ ଗୋଡ଼ ଦେଇ ଶୋଉଛନ୍ତି ତେବେ ଭାଗ୍ୟ ଆପଣଙ୍କ ସାଥ ଦେବ । ଶରୀର ସୁସ୍ଥ ରହିବା ସହ ଧନ ଓ ସମ୍ପତ୍ତି ବୃଦ୍ଧି ପାଇବ ।
ଯଦି ଶୋଇବା ସମୟରେ ଆପଣ ଗୋଡ଼ ପଶ୍ଚିମ ଦିଗରେ ଦେଇ ଶୋଉଛନ୍ତି ତେବେ ଆପଣ ମାନସିକ ଶାନ୍ତି ପାଇବେ । ଧାର୍ମିକ କାମ କରିବା ପାଇଁ ଇଚ୍ଛା କରିବେ ।
ଶୋଇବା ସମୟରେ ଆପଣଙ୍କ ଗୋଡ଼ ଘରର ଦୁଆର ବନ୍ଧ ଆଡକୁ ଦେଇ ଶୁଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ ।


