ଗରାପୁର ପ୍ରାଥମିକ ସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ”ସମ୍ପର୍କୀତ ପୁରାତନ ଛାତ୍ରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ଗୀତାଞ୍ଜଳି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସରକାରଙ୍କର “ମୋ ସ୍କୁଲ ଅଭିଯାନ” ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ରମାନଙ୍କୁ ନେଇ “ମୋ ସ୍କୁଲ ଅଭିଯାନ”ର ଏକ କମିଟି ଗଠନ କରାଯାଇଛି । ସେହି କମିଟିରେ ସଭାପତି ଭାବେ ଅବଦୁଲ ସଲିମ ଖାଁ (ଗୁଲବାବୁ) ଓ ସଭ୍ୟ ଭାବରେ ଅଭିମନ୍ୟୁ ଗୋଛାୟତ, ଅକ୍ଷୟ କୁମାର ଦାସ, ରମେଶ ସାହୁ, ସୟଦ ସମସେର ଅଲ୍ଲୀ, ଦାମୋଦର ସାହୁ, ରାଜନ ଖାଁ, ସରୋଜକାନ୍ତ ସାହୁ, ପରୱିନ ବାନୋ, ମୀର ସଫିକ(ରିଙ୍କୁ), ପ୍ରଫୁଲ୍ଲ ସେଠୀ ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଏହି ବୈଠକରେ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ନାଥ, କୁମୁଦିନୀ ସାମଲ, ଅବଦୁଲ କଲିମ ଖାଁ, ମଲ୍ଲିକ ଅଲ୍ଲିଜାନ, ଗୋପିନାଥ ସାହୁ, ବାସନ୍ତୀ ସାହୁ, ଗୁଲିସ୍ତା ରହିମ, ସାବିତ୍ରୀ ଦାସ, ଅବୁ ବସର ଖାଁ, ସେକ ଆଶାଦୁଲ୍ଲା, ନୃସିଂହ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।