ଦେବୀନଦୀ ବନ୍ଧରେ ଫାଟ ପ୍ରସଙ୍ଗ ମେଗା ପାନୀୟ ଜଳ ପ୍ରକଳ୍ପ ଓ ନଦୀ ବନ୍ଧ ବୁଲି ଦେଖିଲେ ବିଧାୟକ ଓ ଜିଲ୍ଲାପାଳ

ନାଉଗାଁ, (ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ତୁମ୍ବେଶ୍ୱର ଠାରେ ପ୍ରବାହିତ ଦେବୀନଦୀରେ ନିର୍ମିତ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜଗତସିଂହପୁର ବିଧାୟକ ଓ ଜିଲ୍ଲାପାଳ ବୁଲି ଦେଖିଛନ୍ତି । ପରେ ଏ ସଂକ୍ରାନ୍ତରେ ଗଜରାଜପୁର ପଂଚାୟତର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା । ସମୀକ୍ଷା ବୈଠକରେ ସ୍ଥାନୀୟ ଜନସାଧାରଣଙ୍କ ଦାବି ଅନୁସାରେ ବନ୍ଧର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟ କରାଯିବ ବୋଲି ବିଧାୟକ ପ୍ରଶାନ୍ତ ମୁଦୁଲି ମତବ୍ୟକ୍ତ କରିଥିଲେ । ସେହିପରି କାର୍ଯ୍ୟାଦେଶ ପାଇଥିବା ଏଲ ଆଣ୍ଡ ଟି କଂପାନୀ ସମେତ ପ୍ରଶାସନିକ ଅଧିକାରୀଙ୍କ ସହ ଏସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ବିଧାୟକଙ୍କ ସମେତ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ବିଡିଓ ରଶ୍ମିରେଖା ମଲିକ, ତହସିଲଦାର ଜେ.କଳ୍ପନା, ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀଙ୍କ ସମେତ ଜଳ ପରିମଳ ବିଭାଗ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯେଗା ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ ଦେବୀ ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଯାହାକି ନଦୀ ବନ୍ଧ ପ୍ରତି ବିପଦ ଦେଖା ଦେଇଛି । ନଦୀ ବନ୍ଧରେ ଫାଟ ହେବା ଫଳରେ ସ୍ଥାନୀୟ ବୁଦ୍ଧିଜୀବି,ଜନସାଧାରଣମାନେ ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିଛନ୍ତି । ଏପରିକି ତୁମ୍ବେଶ୍ୱର ପୁନର୍ବାର କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କ ସହ ସ୍ଥାନୀୟ ଜନସାଧରାଣ ଙ୍କ ଆଲେଚାନ ହେଉଥିଲେ ମଧ୍ୟ ଆଲୋଚନାରୁ କୈାଣସି ସୁଫଳ ମିଳୁ ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ