ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଅଯୋଦ୍ଧାନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ନାୟକଙ୍କୁ ସୋମବାର ଅବସରକାଲୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୨୦୦୫ ମସିହାରୁ ଅଯୋଦ୍ଧାନଗର ପ୍ରାଥମିକ ବିଦ୍ୟାଳୟରେ ଯୋଗଦେବା ପରେ ପୁଷ୍ପଲତା ଏଠାରେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇ ନୀରକ୍ଷରତା ହାରକୁ ହ୍ରାସ କରିବା ସହିତ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ । ଶ୍ରୀମତୀ ନାୟକ ଜଣେ ଛାତ୍ରବତ୍ସଳ ଶିକ୍ଷୟତ୍ରୀ ଭାବେ ଅଂଚଳରେ ବେଶ ପରିଚିତ ଥିଲେ ।  ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ,ସାମ୍ବାଦିକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଶାନ୍ତ କୁମାର ନାୟକ,ତୁଳସୀ ଯୁବକ ସଙ୍ଘର ସୁବାଷ ସେଠୀ,ପ୍ରଦୀପ ନାୟକ,ହେମନ୍ତ ମଲ୍ଲିକ,ରମେଶ ସେଠୀ,ବାବୁନୀ ସେଠୀଙ୍କ ସମେତ ଅଯୋଦ୍ଧାନଗର ଗ୍ରାମର ମୁରବୀମାନେ ଯୋଗଦେଇ ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଲତାଙ୍କ ସୁସ୍ଥ ଭବିଷ୍ୟତ କାମନା କରି ଶୁଭେଛା ଜଣାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟକାଳିନ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ