ବାଲିକୁଦା ମରିଚିପୁର ଡିଲରଙ୍କ ନାମରେ ଅଭିଯୋଗ ଆଣିଲେ ହିତାଧିକାରୀ
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚିପୁର ପଞ୍ଚାୟତର ଡିଲର୍ ପୁରସ୍ତମ ନାୟକଙ୍କ ନାମରେ ହିତାଧିକାରୀ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ଡିଲର ଚାଉଳ, ଗହମ ଓ କିରୋସିନି ସଠିକ୍ ବଣ୍ଟନ କରୁନାହାଁନ୍ତି। ପ୍ରତିଥର ରାସନ୍ ସାମଗ୍ରୀ ବଣ୍ଟନ କରୁଥିବା ବେଳେ କିଛି ଲୋକଙ୍କୁ ବିଭିନ୍ନ କାରଣ ଦର୍ଶାଇ ରାସନ୍ ସାମଗ୍ରୀ ପ୍ରଦାନରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏବାବଦରେ ସହାଜି ସ୍ବାଇଁ, ରମେଶ ସ୍ବାଇଁ, ଧର୍ମାନନ୍ଦ ସ୍ବାଇଁ, ସଞ୍ଜୟ ଓ କଣ୍ଡୁରି ନାୟକ ପ୍ରମୁଖ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଦାବିକରିଛନ୍ତି।


