ମଦବାରରେ ବଟି ମାଗି ଜଣେ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଛତାବର ନିକଟ ଭୁତିଆ ମଦବାର ଠାରୁ ବଟି ମାଗି ଜଣେ ଗିରଫ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ସୁମନ୍ତ ସାମଲ(ଚକା) ଗୁରୁବାର ରାତିରେ ବାରକୁ ମଦ ପିଇବା ପାଇଁ ଯାଇଥିଲା । ସେଠାରୁ ମଦ ଆଣିବା ପରେ କର୍ମଚାରୀଙ୍କୁ ବଟି ମାଗିଥିଲା । ଏହା ସହିତ ବୋତଲ ଭାଙ୍ଗି ସେଠାରେ ଆତଙ୍କରାଜ ସୃଷ୍ଟି କରିଥିଲା । ଖବର ପାଇ ପୁଲିସ ବାର ଠାରେ ପହଞ୍ଚି ଚକାକୁ ଗିରଫ କରିଥିଲା । ଧିରେନ୍ଦ୍ର କରଙ୍କ ଅଭିଯୋଗ ଅନୁଯାୟୀ ୨୫୮/୨୦ରେ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଏଠାରେ ସୂଚିତ ଅଭିଯୁକ୍ତ ଚକାନାମରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ